ରାଉରକେଲା : ପୋଲିସ ଅଫିସର ପରିଚୟ ଦେଇ ମୋବାଇଲ ଫୋନ ଲୁଟୁଥିବା ଚୋର ଗିରଫ।। ୩୩ ଟି ଚୋରି ମୋବାଇଲ ଫୋନ ଜବତ।

0 609

ରାଉରକେଲା : ୨୬/୪ (ସତ୍ୟାନ୍ୟୁଜ) ନିଜକୁ ପୋଲିସର ପରିଚୟ ଦେଇ ବିଭିନ୍ନ ଅପରାଧ କରୁଥିବା ଏକ ଦୃବୃତ୍ତକୁ ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ପୋଲିସ ଗିରଫ କରିଛି। ବିଶେଷ କରି ଧରା ପଡିଥିବା ଅଭିଯୁକ୍ତ ଲୋକଙ୍କୁ ପୋଲିସର ଦବଦବା ଦେଖାଇ ମୋବାଇଲ ଫୋନ ଲୁଟ୍ କରୁଥିଲା। ଏହି ଲୁଟେରା ଜଗନ୍ନାଥ ଭଗତ ବଣାଇ ଅଞ୍ଚଳର ବୋଲି ଜଣା ପଡ଼ିଛି। ଜଗନ୍ନାଥଙ୍କ ନାଁରେ ପୁର୍ବରୁ ଜିଆରପି ଥାନାରେ ୨ଟି ଚୋରି ମାମଲା ରହିଛି। ଗିରଫ ଲୁଟେରା ନିକଟରୁ ପୋଲିସ ୩୦ରୁ ଅଧିକ ଲୁଟ୍ ମୋବାଇଲ ଫୋନ ଜଵତ କରିଛି। ପ୍ରଥମେ ପୋଲିସ ର ପରିଚୟ ଦେଇ ରାସ୍ତା ଉପରେ ଏହି ଠକ ଲୋକଙ୍କୁ ଅଟକାଉଥିଲା। ପରେ ଚେକିଙ୍ଗ ନାଁରେ ମୋବାଇଲ ଫୋନ , ଆଧାର କାର୍ଡ ଆଦି ଯାଞ୍ଚ କରୁଥିଲା। ପରେ କୌଶଳ କ୍ରମେ ମୋବାଇଲ ଫୋନ ଧରି ଘଟଣା ସ୍ଥଳରୁ ଫେରାର ହୋଇ ଯାଉଥିଲା। ଚୋରି କରିବା ପରେ ମୋବାଇଲ ଫୋନକୁ ୫ ହଜାର ଟଙ୍କାରେ ବିକ୍ରି କରି ଦେଉଥିଲା ଏହି ଠକ ଅଭିଯୁକ୍ତ। ଏ ବାବଦରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.