ବଣାଇ : ବର୍ଷା ଯୋଗୁଁ ବହୁ ଅଞ୍ଚଳ ପାଣି ଘେରରେ।। ଘରେ ପାଣି ପଶି ଯାଇଥିବାରୁ ଲୋକେ ହନ୍ତସନ୍ତ।

0 35

ଘରେ ପାଣି, ଖଟ ଉପରେ ରୋଷେଇ! ଲଗାଣ ବର୍ଷାରେ ବେହାଲ ବଣାଇର ମିଶ୍ରପାଲି।

ବଣାଇ : ୨୯/୭(ସତ୍ୟାନ୍ୟୁଜ) ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଛି। ବିଶେଷକରି ଲହୁଣୀପଡ଼ା ବ୍ଲକର ମିଶ୍ରପାଲି ଗାଁର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି।
ଗାଁର ରାସ୍ତାଠାରୁ ଆରମ୍ଭ କରି ଘର ଭିତର ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଜମି ରହିଛି। ଘରର ଚୁଲି ପାଣିରେ ବୁଡ଼ିଯାଇଥିବାରୁ ଲୋକମାନେ ବାଧ୍ୟ ହୋଇ ଖଟ ଉପରେ ରୋଷେଇ କରୁଛନ୍ତି। ଘର ଭିତରେ ବାସନକୁସନ ଭାସୁଥିବା ଦୃଶ୍ୟ ବନ୍ୟାର ଭୟାବହତାକୁ ସ୍ପଷ୍ଟ କରୁଛି।
ଦମକଳ ବାହିନୀ ପକ୍ଷରୁ ପାଣି ନିଷ୍କାସନ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏବେ ସୁଦ୍ଧା ପାଣି କମିନାହିଁ। ଲୋକମାନେ ଏବେ ବି ପାଣି ଘେରରେ ରହି ଦୈନନ୍ଦିନ ଜୀବନ ବିତାଉଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସ୍ଥାୟୀ ପାଣି ନିଷ୍କାସନ ବ୍ୟବସ୍ଥା ଓ ଆବଶ୍ୟକ ସହାୟତା ଯୋଗାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

Leave A Reply

Your email address will not be published.