ବିରମିତ୍ରପୁର: ବିରମିତ୍ରପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ।। ଛୁରୀ ଭୁଷି ଯୁବତୀଙ୍କୁ ହତ୍ୟା କଲା ଦୁବୃର୍ତ୍ତ।। ଅଭିଯୁକ୍ତ ଅଟକ।

0 275

ବିରମିତ୍ରପୁର:୧୦/୧(ସତ୍ୟାନ୍ୟୁଜ) ବିରମିତ୍ରପୁର ଥାନା ଅଞ୍ଚଳରେ ଯୁବକଙ୍କ ଛୁରା ମାଡ ରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଗୋବିରା ଗ୍ରାମର ଗୀର୍ଜାଟୋଲା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଗତକାଲି ସନ୍ଧ୍ୟାରେ ଯୁବତୀ ଜଣକ ନିଜ ଘରେ ଥିବା ବେଳେ ଯୁବକ ଜଣକ ତାଙ୍କୁ ବାହାରକୁ ଡାକି ଥିଲେ। କିଛି ସମୟ କଥା ହେବା ପରେ ସେ ଯୁବତୀଙ୍କୁ ଛୁରୀ ରେ ବାରମ୍ବାର ଭୁଷି ଥିଲେ। ଯୁବତୀ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ହସ୍ପିଟାଲ ପଠାଇଥିଲେ। ମାତ୍ର ଆଜି ସକାଳେ ଆହତ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇଛି। ପୋଲିସ୍ ସାଇଣ୍ଟଫିକ୍ ଟିମ୍ ସହ ଘଟଣା ସ୍ଥଳରେ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି। ହତ୍ୟାର କାରଣ ଜଣା ପଡ଼ି ନାହିଁ। ପୋଲିସ୍ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛନ୍ତି।

Leave A Reply

Your email address will not be published.