ରାଉରକେଲା : “ଆମେ ଜାଣିବା , ଆମେ ଜିଣିବା” ଦୁଇ ଦିନିଆ ମାଇଣ୍ଡ ପାୱାର କର୍ମଶାଳା ଆରମ୍ଭ।। ଅନ୍ତର୍ନିହିତ ଶକ୍ତି ଉପରେ ଆଲୋଚନା।
ରାଉରକେଲାରେ ଦୁଇ ଦିନିଆ ‘ଆମେ ଜାଣିବା, ଆମେ ଜିଣିବା’ ମାଇଣ୍ଡ ପାୱାର କର୍ମଶାଳା ଆରମ୍ଭ
ରାଉରକେଲା, ୨୯ ଜୁଲାଇ: ରାଉରକେଲାର ହରିୟାଣା ଭବନଠାରେ “ଆମେ ଜାଣିବା, ଆମେ ଜିଣିବା” ଶୀର୍ଷକ ଦୁଇ ଦିନିଆ Mind Power Workshop ବୁଧବାରଠାରୁ ଆରମ୍ଭ ହୋଇଛି। “ସମୀକ୍ଷା” ନାମରେ ଆୟୋଜିତ ଏହି କର୍ମଶାଳା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି।
ଏହି କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କୁ ଅବଚେତନ ମନର ଶକ୍ତି, ସକାରାତ୍ମକ ଚିନ୍ତାଧାରା, ଆତ୍ମବିଶ୍ୱାସ ବୃଦ୍ଧି, ଲକ୍ଷ୍ୟ ନିର୍ଦ୍ଧାରଣ, ସ୍ୱ-ରୂପାନ୍ତରଣ ଏବଂ ଜୀବନକୁ ଅଧିକ ସାର୍ଥକ କରିବା ପାଇଁ ବିଭିନ୍ନ ପ୍ରାୟୋଗିକ ପଦ୍ଧତି ସମ୍ପର୍କରେ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଦିଆଯାଉଛି।
କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ହେଉଛି ମଣିଷର ସୀମାବଦ୍ଧ ବିଶ୍ୱାସକୁ ଚିହ୍ନଟ କରି ତାହାକୁ ଦୂର କରିବା ସହ ନିଜ ଭିତରେ ଲୁକାୟିତ ସମ୍ଭାବନାକୁ ଜାଗ୍ରତ କରିବା।
ଏହି ଦୁଇ ଦିନିଆ କର୍ମଶାଳାରେ Sub-conscious Mindକୁ ବୁଝିବା, Limiting Beliefs ଚିହ୍ନଟ କରିବା, Positive Reprogramming Techniques, Guided Meditation & Visualization, Self-Transformation Practices ସହିତ ସ୍ୱର ବିଜ୍ଞାନ ଓ ଶ୍ୱାସ-ପ୍ରଶ୍ୱାସର ବୈଜ୍ଞାନିକ ଗୁରୁତ୍ୱ ଉପରେ ବିଶେଷ ପ୍ରଶିକ୍ଷଣ ଦିଆଯାଉଛି।
ଆୟୋଜକଙ୍କ କହିବାନୁସାରେ, ଏହି କର୍ମଶାଳା ମାଧ୍ୟମରେ ଅଂଶଗ୍ରହଣକାରୀମାନେ ମାନସିକ ସଶକ୍ତିକରଣ, ସକାରାତ୍ମକ ଜୀବନଦୃଷ୍ଟି ଏବଂ ବ୍ୟକ୍ତିତ୍ୱ ବିକାଶ ଦିଗରେ ଉପଯୋଗୀ ଅନୁଭବ ଲାଭ କରିବେ।