ମୟୁରଭଞ୍ଜ : ପଲସର ଲୁଟେରାଙ୍କ ଆତଙ୍କ ଜାରି।। ଗାଁ ଦାଣ୍ଡରୁ ମହିଳାଙ୍କ ବେକ ରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ହାର ଏବଂ ମଙ୍ଗଳସୁତ୍ର।
ମୟୁରଭଞ୍ଜ : ୨୫/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ପଲସର ବାଇକ ଲୁଟେରାଙ୍କ ଆତଙ୍କ ବଢି ବଢି ଚାଲିଛି। ବରକନ୍ଦ ପଞ୍ଚାୟତର
ବିଇଞ୍ଚୀଡ଼ିହା ଗ୍ରାମରେ ଆଜି ଘଟିଥିବା ଏକ ଲୁଟ୍ ଘଟଣା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଉକ୍ତ ଗ୍ରାମର ଧନଞ୍ଜୟ ପାଲଙ୍କ ଝିଅ ରୁଚିସ୍ମିତା ପାଲ ଘର ଆଗରେ ଛିଡା ହୋଇଥିବା ବେଳେ ଏହି ଲୁଟ୍ ର ଶିକାର ହୋଇଛନ୍ତି। ରୁଚିସ୍ମିତାଙ୍କୁ ଜଣେ ଯୁବକ ଏକ ଠିକଣା ପଚାରିବା ବାହାନାରେ ବେକ ରୁ ହାର ଏବଂ ମଙ୍ଗଳସୂତ୍ର ଲୁଟି ନେଇଥିଲେ। ରୁଚିସ୍ମିତା ସାହସ ର ସହ ଉକ୍ତ ଯୁବକଙ୍କୁ ଧରି ପକାଇଥିଲେ। ମାତ୍ର ଯୁବକ ଜଣଙ୍କ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ପରେ ନିକଟରେ ଷ୍ଟାର୍ଟ ହୋଇ ରହିଥିବା ଏକ ଲାଲ ରଙ୍ଗର ପଲସର ଗାଡିରେ ତାଙ୍କ ସହଯୋଗୀଙ୍କ ସହ ସେଠାରୁ ଫେରାର ହୋଇ ଯାଇଥଲେ। ଲୁଟ୍ ଗହଣା ର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି। ମୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।