ରାଉରକେଲା : ମାଗଣା ଚକ୍ଷୁ ଯାଞ୍ଚ ଶିବିର ଅନୁଷ୍ଠିତ।। ଜେପି ହସପିଟାଲ ପକ୍ଷରୁ ପାନପୋଷ ଠାରେ ଅୟୋଜିତ।

0 351

ରାଉରକେଲା : ୨୬/୪ (ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ଅଟୋ ଷ୍ଟାଣ୍ଡ ନିକଟରେ ଏକ ନିଶୁଳ୍କ ଚକ୍ଷୁ ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୟ ପ୍ରକାଶ ହସପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିର ପରିଚାଳନାରେ ପାନପୋଷ ଅଟୋ ଷ୍ଟାଣ୍ଡ ସଦସ୍ୟ ମାନେ ସହଯୋଗ କରିଥିଲେ। ଜେପି ହସପିଟାଲର ଡାକ୍ତର ଏବଂ ଷ୍ଟାଫ ମାନଙ୍କ ପ୍ରତ୍ୟକ୍ଷ ତ୍ୱତ୍ବାବଧାନରେ ଏହି ଚକ୍ଷୁ ଯାଞ୍ଚ ଶିବିର ଚାଲିଥିଲା। ଆଖପାଖ ଅଞ୍ଚଳର ବହୁ ଲୋକ ଏହି କ୍ୟାମ୍ପରେ ନିଜ ଚକ୍ଷୁ ପରୀକ୍ଷା କରାଇଥିଲେ। ଏହି ପରି ଚକ୍ଷୁ ପରୀକ୍ଷା ଶିବିର ଆଗକୁ ମଧ୍ୟ ଜାରି ରହିବ ବୋଲି ହସପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଲୋକଙ୍କ ଚକ୍ଷୁ ଚିକିତ୍ସା କରଯାଇ ମାଗଣାରେ ଚଷମା ବଣ୍ଟନ କରାଯିବା ଯୋଜନା ରହିଥିବା ସୂଚନା ଦିଆଯାଇଛି।

Leave A Reply

Your email address will not be published.