ସୁନ୍ଦରଗଡ଼ : ଗୁଳି ମାଡ ରେ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ ଙ୍କ ଶାଳକ ଗୁରୁତର।। ପେଟରେ ବାଜିଛି ଗୁଳି।। ଦୁଇ ଦୁବୃର୍ତ୍ତ କରିଛନ୍ତି ଗୁଳି ମାଡ।

0 133

ସୁନ୍ଦରଗଡ଼:୧୦/୧(ସତ୍ୟା ନ୍ୟୁଜ) ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ସଦର ଥାନା କରମଡିହି ଅଞ୍ଚଳରେ ଗୁଳି ମାଡ ଯୋଗୁଁ ଚାଞ୍ଚଲ୍ୟ ଖେଳି ଯାଇଛି । ଗୁଳି ମାଡ ରେ ଅରୁଣ କୁମାର ନାୟକ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅରୁଣ ପୂର୍ବତନ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ଙ୍କ ସମ୍ପର୍କୀୟ ବୋଲି ଜଣା ପଡିଛି। ଅରୁଣ କୁମାରଙ୍କ ଗ୍ୟାସ ଏଜେନ୍ସୀ ରହିଛି। ତାଙ୍କ ଦୋକାନ ସମ୍ମୁଖରେ ହିଁ ଗୁଳି ମାଡ ହୋଇଛି। ଅରୁଣ ଦୋକାନର ତାଲା ଯାଞ୍ଚ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ଗୁଳିମାଡ କରିଛନ୍ତି । ଆହତ ଅରୁଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସ୍ଥାନାନ୍ତର କରା ଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତନାଘନା ଚଳାଇଛି। ସୂଚନା ଅନୁସାରେ ପ୍ରଥମେ ପଥର ମାଡ କରିଥିଲେ ଦୁର୍ବୃତ୍ତ। ତା ପରେ ଗୁଳି ମାଡ଼ କରିଥିଲେ । ଅରୁଣଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥା ରେ ରାଉରକେଲା ସ୍ଥାନାନ୍ତର ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି ।

Leave A Reply

Your email address will not be published.