ରାଇରଙ୍ଗପୁର : ଭିକି ମହାନ୍ତି ହତ୍ୟାକାଣ୍ଡ ର ପର୍ଦ୍ଦାଫାସ କଲା ପୋଲିସ।। ପରକୀୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ।। ଅଭିଯୁକ୍ତ ସ୍ୱାମୀ , ସ୍ତ୍ରୀ ଗିରଫ।
ରାଇରଙ୍ଗପୁର : ୨୫/୪ (ସତ୍ୟାନ୍ୟୁଜ) ଡମ୍ବରୁଧର ମହାନ୍ତି ନିଖୋଜ ଏବଂ ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ରାଇରଙ୍ଗପୁର ଟାଉନଥାନା ଥାନା ପୋଲିସ। ଡ଼ମ୍ବରୁଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଜାମସେଦପୁର ର ଏକ ଦମ୍ପତ୍ତିଙ୍କୁ ଗିରଫ କରିଛନ୍ତି। ପରକୀୟା ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡ଼ିଛି। ଏ ବାବଦରେ ରାଇରଙ୍ଗପୁର ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରାଇରଙ୍ଗପୁର ୭ ନମ୍ବର ୱାର୍ଡରେ ରହୁଥିବା ଡମ୍ବରୁଧର ମହାନ୍ତି ନିଖୋଜ ଥିବା ରିପୋର୍ଟ ତାଙ୍କ ସ୍ତ୍ରୀ ଟାଉନ ଥାନାରେ କରିଥିଲେ। ଅପ୍ରେଲ ୧୩ ତାରିଖରେ ଏ ବାବଦରେ ଏକ ମାମଲା ଥାନାରେ ଦାୟର ହୋଇଥିଲା। ଡମ୍ବରୁ ଟାଟାର ସୋନାରୀ ଅଞ୍ଚଳରେ ରହୁଥିବା ଜଣେ ବିବାହିତା ମହିଳାଙ୍କ ଘରକୁ ଯାଉଥିବା ପୋଲିସ ତଦନ୍ତରୁ ଜାଣି ପାରିଥିଲା। ପୋଲିସ ଉକ୍ତ ମହିଳା ଙ୍କୁ ଜେରା କରିବା ପରେ ସେ ଏବଂ ତାଙ୍କ ସ୍ୱାମୀ ମିଶି ଡମ୍ବରୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଡ଼ମ୍ବରୁଙ୍କ ଉକ୍ତ ମହିଳାଙ୍କ ସହ ସମ୍ପର୍କ ଥିଲା। ପରେ ଉକ୍ତ ମହିଳାଙ୍କୁ ବିଭିନ୍ନ ସମୟରେ ହଇରାଣ କରିବାରୁ ସ୍ଵାମୀଙ୍କ ସହ ମିଶି ଡମ୍ବରୁକୁ ହତ୍ୟା କରିଥିଲେ ବୋଲି ପୋଲିସ କହିଛି। ଯୋଜନା କରି ଉଭୟ ସ୍ୱାମୀ , ସ୍ତ୍ରୀ ଡ଼ମ୍ବରୁଙ୍କୁ ମାର୍ଚ୍ଚ ୨୧ ତାରିଖରେ ଘରକୁ ଡକାଇ ପାଣିରେ ନିଶା ବଟିକା ଦେଇ ଦେଇଥିଲେ। ଡମ୍ବରୁ ବେହୋସ ହୋଇ ଗଲାପରେ ଉଭୟ ତାଙ୍କୁ ହାଣି ହତ୍ୟା କରିଥିଲେ। ପରେ ଅପରାଧ ଲୁଚାଇବାକୁ ଡମ୍ବରୁଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦେଇ ବସ୍ତାରେ ଭର୍ତ୍ତି କରି ଝାରଖଣ୍ଡର ବିଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଥିଲେ। ରାଇରଙ୍ଗପୁର ଏସ୍ ଡି ପି ଓ ଗୋକୁଳାନନ୍ଦ ସାହୁ ଙ୍କ ନେତୃତ୍ୱରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ ଜାମସେଦପୁରରେ ପହଁଚି ତଦନ୍ତ କରିଥିଲେ। ବିଭିନ୍ନ ସ୍ଥାନରୁ ଡମ୍ବରୁଙ୍କ ଖଣ୍ଡ ବିଖଣ୍ଡିତ ଶବ ଜବତ କରିବା ସହ ହତ୍ୟାରେ ବ୍ୟବହୃତ କରତ ଏବଂ ବ୍ଲେଡ଼ ଆଦି ଜବତ କରିଥିଲେ। ହତ୍ୟା ଅଭିଯୁକ୍ତ ସ୍ୱାମୀ କମାଲକାନ୍ତ ସାଗର ଏବଂ ସ୍ତ୍ରୀ ଖୁସବୁ ସଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଇରଙ୍ଗପୁର ପୋଲିସ।