ବିରମିତ୍ରପୁର : ରାଉରକେଲା ଏୟାରପୋର୍ଟକୁ ବୀର ନିର୍ମଳ ମୁଣ୍ଡାଙ୍କ ନାମରେ ନାମିତ କରିବାକୁ ଦାବି। ସୁନ୍ଦରଗଡର ଦୁଇ ଯୁବକଙ୍କ ପଦଯାତ୍ରା।

0 559

ରାଉରକେଲା : ୨୫/୪ (ସତ୍ୟାନ୍ୟୁଜ) ଆଜି ପାଳନ କରାଯାଉଛି ଆମକୋ ସିମକୋ ସହିଦ ଦିବସ। ବିରମିତ୍ରପୁର ରାଏବଗା ଠାରେ ଥିବା ଆମକୋ ସିମକୋ ସହିଦ ପୀଠରେ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଅୟୋଜନ କରା ଯାଉଛି। ସହିଦ ମାନଙ୍କୁ ବିଭିନ୍ନ ସଙ୍ଗଠନ ତଥା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆ ଯାଉଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡର ଦୁଇଜଣ ଯୁବକ ପଦଯାତ୍ରାରେ ଆସି ଗତକାଲି ସନ୍ଧ୍ୟାରେ ବିରମିତ୍ରପୁର ପୁରରେ ପହଞ୍ଚିଛନ୍ତି। ରାଉରକେଲା ଏୟାରପୋର୍ଟକୁ ବିର ନିର୍ମଳ ମୁଣ୍ଡାଙ୍କ ନାମରେ ଏବଂ ସୁନ୍ଦରଗଡ଼ ମେଡିକାଲ କଲେଜ କୁ ମାଦ୍ରୀ କାଲୋ ଙ୍କ ନାମରେ ନାମିତ କରିବା ଦାବିରେ ଏହି ପଦଯାତ୍ରା କରିଥିବା କହିଛନ୍ତି ଯୁବକ ଦ୍ବୟ। ଗତ ୨୨ ତାରିଖରୁ ଏହି ଦୁଇ ଯୁବକ ସୁନ୍ଦରଗଡରୁ ବାହାରି ସୋମବାର ସନ୍ଧ୍ୟାରେ ଆସି ବିରମିତ୍ରପୁରରେ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା।

Leave A Reply

Your email address will not be published.