ବଣାଇ : ଅଦିନିଆ ବର୍ଷାରେ ବଣାଇର ବିଭିନ୍ନ ରାସ୍ତା ଜଳମଗ୍ନ।। ମୌସୁମୀ ପୂର୍ବରୁ ଡ୍ରେନ ସଫା କରିବାକୁ ଦାବି।

0 335

ବଣାଇ : ୨୫/୪ (ସତ୍ୟାନ୍ୟୁଜ) ସୋମବାର ରାତିରେ ବଣାଇ ଅଞ୍ଚଳରେ ଅଚାନକ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ବଣାଇ କଲେଜ ରୋଡ଼ ରେ ପାଣି ଜମି ରହୁଥିବା ବେଳେ ଯାତାୟାତ ରେ ଅସୁବିଧା ସୃଷ୍ଟି ହେଉଛି। ଜଗନ୍ନାଥ ପୂର ରେ ଥିବା ଅଙ୍ଗନବାଡି କେନ୍ଦ୍ର ନିକଟରେ ପାଣି ଜମି ରହିଛି। ସହରର ଡ୍ରେନ ଗୁଡିକରେ ଠିକ ଭାବେ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ଏପ୍ରକାର ସ୍ଥିତି ସୃଷ୍ଟି ହେଉଛି। ଚଳିତ ମୌସୁମୀ ପୂର୍ବରୁ ଡ୍ରେନ ଗୁଡିକ ସଫା କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Leave A Reply

Your email address will not be published.