ବିରମିତ୍ରପୁର : ୨୪/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ଥାନା ଅନ୍ତର୍ଗତ ତଲସରା ନିକଟରେ ଡ଼ମ୍ପର-ବାଇକ ଧକ୍କା ହେବା ପରେ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ବାଇକ ଆରୋହି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଡ଼ମ୍ପର ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ବେଳେ ଡ଼ମ୍ପର ଡ୍ରାଇଭରକୁ ହସପିଟାଲ ପଠାଇଛନ୍ତି। କେଉଁ ପରିପ୍ରେକ୍ଷୀରେ ଏହି ଦୁର୍ଘଟଣା ଘଟିଲା ପୋଲିସ ତାର ତଦନ୍ତ କରୁଛି।