ରାଉରକେଲା : ୨୪/୪ (ସତ୍ୟାନ୍ୟୁଜ) ମାନବ ଏକତା ଦିବସ ପରିପ୍ରେକ୍ଷୀରେ ସନ୍ଥ ନିରଙ୍କାରୀ ମିଶନ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିରର ଅୟୋଜନ କରା ଯାଇଥିଲା। ରାଉରକେଲା ନିରଙ୍କରୀ ମଣ୍ଡଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୧୦୦ ୟୁନିଟ ପାଖାପାଖି ରକ୍ତ ସଂଗ୍ରହ କରା ଯାଇଥିଲା। ରାଉରକେଲା ସରକାରୀ ହସପିଟାଲ ବ୍ଲଡ଼ ବ୍ୟାଙ୍କର ଡାକ୍ତର ଏବଂ ଅନ୍ୟ ଷ୍ଟାଫ ମାନେ ଏହି ରକ୍ତଦାନ ଶିବିରର ସଞ୍ଚାଳନ କରିଥିଲେ। ରାଜଗାଙ୍ଗପୁର ,ବେଲପାହାଡ , ଝାରସୁଗୁଡା , ବନ୍ଧମୁଣ୍ଡା , ବିଶ୍ରା , ବିରମିତ୍ରପୁର ଆଦି ଅଞ୍ଚଳରୁ ୫୦୦ ରୁ ଉର୍ଦ୍ଧ୍ବ ନିରଙ୍କାରୀ ମିଶନ ର ସଦସ୍ୟ।ମାନେ ଯୋଗ ଦେଇଥିଲେ। ପୂର୍ବାହ୍ନରେ ସତସଙ୍ଗ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା।