ରାଉରକେଲା : କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ।। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପାଳିତ।

0 334

ରାଉରକେଲା: ୨୩/ ୪(ସତ୍ୟାନ୍ୟୁଜ): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଉଦିତନଗରସ୍ଥିତ ସମନ୍ବିତ ଆଦିବାସୀ ଉନ୍ନୟନସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ଆଜି ମହାକବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ସମାରୋହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ମୁଖ୍ଯ ଅତିଥି ଭାବରେ ଯୋଗ ଦାନ କରି ମହାକବି ଜୟଦେବଙ୍କ ଜୀବନୀ ଉପରେ ଆଲୋକ ପାତ କରିବା ସହିତ ସଂପ୍ରତି ଲୋକ ମାନଙ୍କ ଜୀବନଶୈଳୀରେ ଆଧ୍ଯାତ୍ମିକତା କୁ ସାମିଲ କରିବା ଉପରେ ଜୋର ଦେଇଥିଲେ। ନୂତନ ପିଢି ଆଧୁନିକତାର ଅବଲମ୍ବନ କରିବା ସହିତ ନିଜ ସଂସ୍କାର ମଧ୍ଯ ଆପଣାଇରଖିବାକୁ ଆହ୍ବାନ କରିଥିଲେ। ମୁଖ୍ଯ ବକ୍ତା ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଟ୍ଟନାୟକ କବି ଜୟଦେବଙ୍କ ଜୀବନୀ ସହିତ କବି କିପରି ରାଧା କ୍ରୁଷ୍ଣ ପ୍ରେମରେ ରସାମୃତ କାବ୍ୟ ଗୀତ ଗୋବିନ୍ଦ ରଚନା କରିଛନ୍ତି ସେ ସଂପର୍କରେ ଅବଗତ କରାଇଥିଲେ। ତାଙ୍କ ଦ୍ବାରା ପ୍ରଣୀତ ଗୀତ ଗୋବିନ୍ଦ ବିଶ୍ବ ସାହିତ୍ୟରେ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ପରିଚିତି ଲାଭ କରିପାରିଛି ବୋଲି କହିଥିଲେ। ସେହିପରି ରାଉରକେଲା ମହାନଗର ନିଗମ ର ଉପାୟୁକ୍ତ ରନିତ କୁମାର ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇ କବି ଶ୍ରୀ ଜୟଦେବଙ୍କ ରଚିତ ଗୀତ ଗୋବିନ୍ଦ ଓଡିଆ ଧର୍ମ,ଦର୍ଶନ, ଐତିହ୍ୟ ସାହିତ୍ୟକୁ ସମଗ୍ର ବିଶ୍ବରେ ଏହା ରୁଦ୍ଧିମନ୍ତ କରିଛି ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ର ବିଜେତା ମାନଙ୍କ ୁ ପୁରସ୍କୃତ କରା ଯାଇଥିଲା। ସିନିୟର ଗ୍ରୁପ ରେ ଡିଏଭି ପବ୍ଲିକ ସ୍କୁଲ ର ପ୍ରିୟଙ୍କା କୁମାରୀ ଙ୍କୁ ପ୍ରଥମ, ଆରୁଷି ପରିଡାଙ୍କୁ ଦ୍ବିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ର ସଂସ୍କୃତି ପାତ୍ର ଙ୍କୁ ୩ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଜୁନିୟର ଗ୍ରୁପ ରେ ସେଣ୍ଟପଲ ସ୍କୁଲ ର ଶ୍ରୀୟାଂଶୀ ରାଉତ ପ୍ରଥମ, ବିକାଶ ଗ୍ଲୋବାଲ ସ୍କୁଲ ର ସାଇ ସୋହନ ପାତ୍ର ଦ୍ବିତୀୟ, ଓ ଡିଏଭି ପବ୍ଲିକ ସ୍କୁଲ ର ଆୟୁଷ୍ମାନ ଦାଶ ୩ୟ ସ୍ଥାନ ପ୍ରାପ୍ତ କରି ପୁରସ୍କୃତ ହୋଇଥିଲେ।
ଏହି କାର୍ଯ୍ୟକ୍ରମ ରେ ଫାଇନ ଆଟର୍ ଏକାଡେମୀର ଅଧ୍ୟକ୍ଷ ସରୋଜ ପାତ୍ର, ସମାଜସେବୀ ବୈଲୋଚନସାହୁ, ସୁନନ୍ଦା ଦତ୍ତ, ପ୍ରଦିପ ମଲ୍ଲିକ, ଭମା ଅହିର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀମତୀ ଏକ୍କା ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.