ମୟୁରଭଞ୍ଜ : ହାତୀ ଦାନ୍ତ ଶିକାରୀଙ୍କ ଉପରେ ବନ ବିଭାଗର ଚଢ଼ାଉ।। ୪ଟି ହାତୀ ଦାନ୍ତ ଜବତ , ଜଣେ ଗିରଫ।

0 304

ମୟୁରଭଞ୍ଜ ; ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମୟୁରଭଞ୍ଜ ଜିଲ୍ଲା ଅସ୍ତକୁଆଁର ଗାଁରେ ଚଢ଼ାଉ କରି ବନ ବିଭାଗ ୪ ଟି ହାତୀ ଦାନ୍ତ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଦୁଇଟି ହାତୀକୁ ଡିସେମ୍ବର ୨୦୨୨ ଏବଂ ଫେବ୍ରୁଆରୀ ୨୦୨୩ରେ ଶିକାର କରାଯାଇଥିଲା। ଜେନାବିଲ ରେଞ୍ଜର ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜର ବାଲିଖାଳ ନିକଟରେ ଶିକାରୀମାନେ ଏହି ଶିକାର କରିଥିଲେ । ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଯଶୀପୁର ଥାନା ଅଧୀନ ବାଗଡେଗା ଗଡ ଶିମିଳିପାଳର ରଘୁନାଥ ପିଙ୍ଗୁଆ।
ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଏହି ୨ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ କରୁଥିଲେ। ହାତୀ ଶିକାର ଘଟଣାରେ ଜଡିତ ଅନ୍ୟ ଅଭିଯୁକଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.