ରାଇରଙ୍ଗପୁର : ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ବିପ୍ର ଫଉଣ୍ଡସନ୍ ପକ୍ଷରୁ ରାଇରଙ୍ଗପୁର ଫାଟକ ଧର୍ମଶାଳାଠାରେ ଭଗବାନ ପର୍ଶୁରାମ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତୀୟ ଉପଦେଷ୍ଟା ଜଗଦୀଶ ମିଶ୍ରା,ସଭାପତି ସୁନିଲ କୁମାର ଚୌବେ,ରାଜ୍ୟ ସମ୍ପାଦକ ମହେଶ ଶର୍ମା,ବିଷ୍ଣୁ ଶର୍ମା,ସମ୍ପାଦକ ବଦ୍ରୀ ଶର୍ମା, ଆକାଶ ଶର୍ମା ଓ କୋଷାଧକ୍ଷ ରାକେଶ ଶର୍ମା ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଭଗବାନଙ୍କୁ ସମସ୍ତଙ୍କର ମଙ୍ଗଳ ପ୍ରାଥନା କରିଥିଲେ। ଏହି ଅବସରରେ କମିଟୀ ପକ୍ଷରୁ ସର୍ବତ ଆଦି ବଣ୍ଟନ କରାଯାଇଥିଲା। କମିଟୀ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।