ସୁନ୍ଦରଗଡ଼ : ୨୩/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ଜାମବାହାଲ ନିକଟରେ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇ ୧୦ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟିଛି ଶନିବାର ରାତିରେ। ରାଉରକେଲା ରୁ ବ୍ରହ୍ମପୁର ଯାଉଥିବା ମା ଖମ୍ବେଶ୍ୱରୀ ବସ୍ ୧୦ ନମ୍ବର ରାଜ୍ୟ ରାଜପଥର ଜାମ ବାହାଲ ନିକଟରେ ଏକ ଟ୍ରକ କୁ ପଛପଟୁ ପିଟି ଦେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା। ପୂର୍ବରୁ ଦୁର୍ଘଟଣା ଗ୍ରସ୍ତ ହୋଇ ରାଜପଥରେ ଛିଡା ହୋଇଥିବା ଏକ ଟ୍ରେଲର କୁ ପଛରୁ ଟ୍ରକ୍ ଟି ପଛରୁ ପିଟି ଦେଇଥିଲା। ଫଳରେ ପଛରୁ ଆସୁଥିବା ବସ୍ ଟି ଟ୍ରକ୍ ରେ ପିଟି ହୋଇଯାଇଥିଲା। ଖବର ପାଇ ବଡ଼ଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ହସ୍ପିଟାଲ୍ ପଠାଇଥିଲେ।