ରାଉରକେଲା : ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଇଦ୍ ଉଲ ଫିତର ପାଳନ।। ଇଦଗା ମୈଦାନ ଏବଂ ବିଭିନ୍ନ ମସଜିଦରେ ନମାଜ଼ ପାଠ।
ରାଉରକେଲା : ୨୨/୪ (ସତ୍ୟାନ୍ୟୁଜ) ଭାଇଚାରା ଏବଂ ସଦଭାବନାର ପର୍ଵ ଇଦ୍ ରାଉରକେଲାରେ ହର୍ଷ ଏବଂ ଉଲ୍ଲାସର ସହ ମନା ଯାଉଛି। ସକାଳେ ଇଦଗା ମୈଦାନ ଏବଂ ବିଭିନ୍ନ ମସଜିଦ ରେ ନମାଜ଼ ପାଠ କରାଯାଇଥିଲା। ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଇଦଗା ମୈଦାନରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇ ଇଦ୍ ନମାଜ଼ ରେ ସାମିଲ ହୋଇଥିଲେ। ଇଦ୍ ମୁବାରକ ଜଣାଇବାକୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଇଦଗା ମୈଦାନ ରେ ଉପସ୍ଥିତ ଥିଲେ। ସେହିପରି ବିଭିନ୍ନ ମସଜିଦ ରେ ମଧ୍ୟ ନମାଜ଼ ପାଠ ହୋଇଥିଲା। ଏହାଛଡା ୧୫ ନମ୍ବର ସେକ୍ଟର , ବନ୍ଧମୁଣ୍ଡା , ବିଶ୍ରା , କଲୁଙ୍ଗା , ପାନପୋଷ ଆଦି ସ୍ଥାନରେ ମଧ୍ୟ ଇଦ ନମାଜ଼ ଶାନ୍ତି ଶୃଙ୍ଖଳା ସହ ସମାହିତ ହୋଇଛି।