ରାଇରଙ୍ଗପୁର : ରଥଯାତ୍ରା ଏବଂ ଅକ୍ଷୟ ତୃତୀୟା ପାଇଁ ପ୍ରସ୍ତୁତି ବୈଠକ।। ପୋୖରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ ରଥଯାତ୍ରା କମିଟିର ସଭାପତି ମନୋନୀତ।

0 352

ରାଇରଙ୍ଗପୁର : ୨୧/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ସହରସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର କମିଟିର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାଛଡା ଆଗାମୀ ଅକ୍ଷୟ ତୃତୀୟାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ବୈଠକରେ ଆଲୋଚନା କରାଯାଇଥିଲା। ରଥଯାତ୍ରା କମିଟିର ଏହି ପ୍ରସ୍ତୁତି ବୈଠକରେ ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାସ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ମୋରଡା ବିଧାୟକ ରାଜ କିଶୋର ଦାସ,ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଡାହୁକ କୃଷ୍ଣ ବିହାରୀ ମହାନ୍ତି,ମନୋରଞ୍ଜନ ମହାନ୍ତି , ବରିଷ୍ଟ ସଭ୍ୟ ସୁଶାନ୍ତ କୁମାର ମିଶ୍ର ଓ ଦୀପ୍ତିମାନ ବଳ ପ୍ରମୁଖ ଉପସ୍ଥିତ ଥିଲେ। ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ ଅଭିଶେକ ପଟ୍ଟନାୟକଙ୍କୁ ରଥଯାତ୍ରା କମିଟୀର ସଭାପତି ମନୋନୀତ କରାଯାଇଥିଲା। ଆଗାମୀ ରଥଯାତ୍ରା କିପରି ଶାନ୍ତିଶୃଙ୍ଖଳା ସହ ସମାପନ ହେବ ଓ ଶ୍ରୀ ମନ୍ଦିରର ବିଭିନ୍ନ ଉନ୍ନତିକରଣ ଯୋଜନା ବିଷୟରେ ସେ ମନ୍ତବ୍ୟ ପ୍ରକାଶ କରିଥିଲେ।

Leave A Reply

Your email address will not be published.