ବିରମିତ୍ରପୁର : ବିଦ୍ୟୁତ ବିଭାଗର ବିଭିନ୍ନ ସମସ୍ୟା ନେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ।
ବିରମିତ୍ରପୁର : ୨୦/୪ (ସତ୍ୟାନ୍ୟୁଜ) ବିଦ୍ୟୁତ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ବିରମିତ୍ରପୁର ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମିଟର ନଥାଇ ବିଲ୍ ଆସିବା , ବିଜୁଳି ସଂଯୋଗ ନଥାଇ ବିଲ୍ ଆସିବା , ଅଧିକ ବିଲ୍ ଆସିବା , ବାରମ୍ବାର ପାୱାର କଟ ହେବା ଆଦି ଅଭିଯୋଗ ନେଇ ବୁଧବାର ଦିନ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ବିରମିତ୍ରପୁର ତଥା ଆଖପାଖ ଅଞ୍ଚଳର ବହୁ ଲୋକ ଯୋଗ ଦେଇଥିଲେ। ଏ ବାବଦରେ ସ୍ଥାନୀୟ ଟାଟା ପାୱାର ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।