ରାଉରକେଲା : କୋଇଡା ବ୍ଲକ ସ୍ୱୟଂମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟର ୩୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ।। ମେଡିକାଲରେ ଭର୍ତ୍ତି।। ଛାତ୍ରୀମାନେ ହଷ୍ଟେଲରେ ରହୁଥିଲେ ।
କୋଇଡା : ୨୦/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ସୋୟେମ୍ବା ବାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ୩୨ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥତା ସଠିକ କାରଣ ଜଣା ପଡି ନଥିବା ବେଳେ ପ୍ରବଳ ଗରମ ଯୋଗୁଁ ଏହା ହୋଇଥିବା ଅନୁମାନ କରାଯାଉଛି। ଅସୁସ୍ଥ ଛାତ୍ରୀ ମାନଙ୍କୁ ନିକଟସ୍ଥ କେ.ବଲାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ବୁଧବାର ସନ୍ଧ୍ୟାରେ ୨୦/୨୫ ଜଣ ଛାତ୍ରୀଙ୍କର ପେଟ କାଟିବା ସହ ଜ୍ୱର ଆସିଥିଲା। ସେମାନଙ୍କୁ କେ.ବଲାଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ହଷ୍ଟେଲରେ ଆଉ ୭ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲା। ସେମାନଙ୍କୁ ବି ଜ୍ୱର ଆସିବା ସହ ଝାଡ଼ାବାନ୍ତି ହୋଇଥିଲା। ସେମାନଙ୍କ ଆଜି ସକାଳେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସାପରେ ସମସ୍ତ ଛାତ୍ରୀ ସୁସ୍ଥ ଅଛନ୍ତ ବୋଲି କେବଳାଙ୍ଗ ମେଡିକାଲର ଡାକ୍ତର କହିଛନ୍ତି।ପ୍ରବଳଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପିଲାମାନେ ଠିକ୍ ଭାବରେ ନ ଖାଇବା ଓ କମ ପାଣି ପିଇବା ଦ୍ୱାରା ଏପରି ହୋଇଥିବା କୁହାଯାଉଛି। ପିଲା ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସେମାନଙ୍କୁ ଆଜି ଗୋଟିଏ ଦିନ ଡାକ୍ତରଖାନାରେ ରଖାଯିବ। ଗତକାଲି ସେମାନେ ହଷ୍ଟେଲକୁ ଫେରିଯିବେ।