ରାଉରକେଲା : କୋଇଡା ବ୍ଲକର ବିବାଦିତ ବିଡ଼ିଓ ପଲ୍ଲବୀ ରାଣୀ ରାଜ୍ ଙ୍କ ସମ୍ବଲପୁର ବଦଳି।। ସ୍ଥାନୀୟ ତହସିଲଦାର ଦାୟିତ୍ୱ ତୁଲାଇବେ।

0 985

ରାଉରକେଲା : ୨୦/୪(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ବିବାଦୀୟ ବିଡ଼ିଓ ପଲ୍ଲବୀ ରାଣୀ ରାଜଙ୍କ ଶେଷରେ ବଦଳି ହୋଇଛି। ତାଙ୍କୁ ସମ୍ବଲପୁର ଜିଲ୍ଲାକୁ ବଦଳି କରାଯାଇଛି । ବୁଧବାର ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଡିଓ ପଲ୍ଲବୀ ରାଣୀଙ୍କୁ କୋଇଡା ରୁ ସମ୍ବଲପୁରକୁ ବଦଳି ପରେ ତାଙ୍କ ସ୍ଥାନରେ ସ୍ଥାନୀୟ ତହସିଲଦାରଙ୍କୁ ବ୍ଲକର ଭାରପ୍ରାପ୍ତ ବିଡ଼ିଓ ଭାବରେ ନିୟୋଜିତ କରାଯାଇଛି ।

ପଲ୍ଲବୀ ରାଣୀ ରାଜ ତିନି ବର୍ଷରୁ ଅଧିକ କୋଇଡା ବ୍ଲକରେ କାର୍ଯ୍ୟ କରିବା ସହିତ ବିଭିନ୍ନ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ବ୍ଲକରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଦେବା, ବିଧାୟକ ଫଣ୍ଡକୁ ବ୍ଲକରେ କାର୍ଯ୍ୟକାରୀ ନ କରିବା, ସାଧାରଣ ଜନତା ଓ ଲୋକ ପ୍ରତିନିଧିଙ୍କୁ ବ୍ୟବହାର ଠିକ ନକରିବା ଆଦି ଅଭିଯୋଗ ତାଙ୍କ ନାମରେ ଥିଲା।
ଏହାକୁ ପ୍ରତିବାଦ କରି ବିଡ଼ିଓଙ୍କ ବଦଳି ଦାବିରେ ସିପିଆଇ(ଏମ) ର କର୍ମକର୍ତ୍ତା ମାନେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ୱରେ ସାତ ଦିନ ଧରି ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ।
ଅନ୍ୟପକ୍ଷରେ କିଛି ଦିନ ତଳେ ବିଡ଼ିଓଙ୍କୁ ତାଙ୍କ ବାପା ଓ ଭାଇ ସରକାରୀ କ୍ୱାର୍ଟର୍ସରେ ପଶି ମାଡ଼ ମାରିଥିବା ବିଡ଼ିଓ ପଲ୍ଲବୀ ରାଣୀ ରାଜ ଥାନାରେ ଅଭିଯୋଗ କରିଥିଲେ। ବିଡ଼ିଓଙ୍କ ଅଭିଯୋଗ ଆଧାରରେ ତାଙ୍କୁ ବାପାଙ୍କୁ ଗିରଫ କରା ଯାଇଥିଲା।

Leave A Reply

Your email address will not be published.