ରାଉରକେଲା : କେନ୍ଦ୍ରରେ ମୋଦି ସରକାର ବିରୁଦ୍ଧରେ କଂଗ୍ରେସ ସମେତ ମିଳିତ ବିରୋଧୀ ଦଳର ଗଣଧାରଣା।

0 357

ରାଉରକେଲା : ୧୯/୪ (ସତ୍ୟାନ୍ୟୁଜ) କେନ୍ଦ୍ରରେ ମୋଦି ସରକାରଙ୍କ ଜନବିରୋଧୀ ଏବଂ ଅଗଣତାନ୍ତ୍ରିକ କାର୍ଯ୍ୟକଳାପ କୁ ବିରୋଧ କରିଛି ମିଳିତ ବିରୋଧୀ ଦଳ। ବୁଧବାର ଦିନ ରାଉରକେଲା ଉଦିତନଗର ଆମ୍ବେଦକର ଛକ ଠାରେ ମିଳିତ ବିରୋଧୀ ଦଳ ପକ୍ଷରୁ ଗଣଧାରଣା ଦିଆ ଯାଇଥିଲା।। ରାଉରକେଲା ଜିଲ୍ଲା କଂଗ୍ରେସର ଅଧ୍ଯକ୍ଷ ଦେବବ୍ରତ ବିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଗଣଧାରଣାରେ କଂଗ୍ରେସ ସମେତ ଜେଏମ୍ଏମ୍, ସିଟୁ , ସିପିଏମ୍ ଆଦି ଦଳର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। କଂଗ୍ରେସର ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ଜିଲ୍ଲା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ବିରେନ ସେନାପତି , ବରିଷ୍ଠ ନେତା ରବି ରାୟ, ସବିର ହୁସେନ୍, କୈଳାସ ସାହୁ, ଯୁବ କଂଗ୍ରେସ ଅଧ୍ଯକ୍ଷ ଜ୍ଞାନେନ୍ଦ୍ର ଦାସ ପ୍ରମୁଖ ଧାରଣାରେ ଯୋଗ ଦେଇଥିଲେ। ଏହା ଛଡା ମହିଳା ନେତ୍ରୀ ପ୍ରଭାତୀ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ରମାନନ୍ଦ ଶ୍ରୀଚନ୍ଦନ , ରଶ୍ମି ପାଢ଼ୀ ସିଟୁ ନେତା ଜାହାଙ୍ଗୀର ଅଲ୍ଲି, ବିମାନ ମାଇତି, ରାଜକିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜର ବ୍ୟକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.