ରାଉରକେଲା : ଫେସବୁକ ସମ୍ପର୍କର ସାଙ୍ଘାତିକ ପରିଣତି।। ବିବାହିତା ମହିଳାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ।

0 2,306

ରାଉରକେଲା : ୧୯/୪ (ସତ୍ୟାନ୍ୟୁଜ) ଜଣେ ବିବାହିତା ମହିଳାଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ନିରଜ ଅଗ୍ରୱାଲ ନାମକ ଜଣେ ଯୁବକଙ୍କୁ ଗିରଫ କରିଛନ୍ତି। ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଲଡ଼ିହି ନିକଟ ବ୍ରିଜ ତଳୁ ୧୭ ଅପ୍ରେଲ ସକାଳେ ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ଉକ୍ତ ମହିଳାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିଲା ଉକ୍ତ ମହିଳା ବିବାହିତା ଏବଂ ଛେଣ୍ଡ ଅଞ୍ଚଳରେ ରହୁଥିବା ଜଣାପଡିଥିଲା। ପୋଲିସ ତଦନ୍ତ କରି ଏହି ଘଟଣାର ଅଭିଯୁକ୍ତ ୨୫ ବର୍ଷୀୟ ନିରଜ ଅଗ୍ରୱାଲଙ୍କୁ ଗିରଫ କରିଛନ୍ତି। ଗିରଫ ନିରଜ ପାୱାର ହାଉସ ରୋଡ଼ ରେ ରୁହନ୍ତି। ଉକ୍ତ ମହିଳାଙ୍କ ସହ ତାଙ୍କର ଫେସବୁକ ମାଧ୍ୟମରେ ସମ୍ପର୍କ ହୋଇଥିଲା। ଉଭୟ ୧୬ ତାରିଖ ଦିନ ବୁଲିବାକୁ ସ୍କୁଟରରେ ରାଜଗାଙ୍ଗପୁର ଯାଇଥିଲେ। ଫେରିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବେଲଡ଼ିହି ନିକଟରେ ଝଗଡା ହୋଇଥିଲା। ରାଗରେ ନିରଜ ଏକ ରଡ଼ ରେ ଉକ୍ତ ମହିଳାଙ୍କ ମୁଣ୍ଡରେ ଆଘାତ କରିଥିଲା। ପରେ ଏକ ପଥରରେ ମୁହଁକୁ ଛେଚି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ଭୁବନେଶ୍ୱରରୁ ନିରଜ କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି। ଗୁରୁତର ମହିଳା ଏବେ ଭୁବନେଶ୍ୱର ଏମ୍ସ ରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.