ସୁନ୍ଦରଗଡ/ବଣାଇ : ଭି ଏଚ୍ ପି ଏବଂ ବଜରଙ୍ଗ ଦଳର ୧୨ ଘଣ୍ଟିଆ ବନ୍ଦ ଡାକରା।। ସୁନ୍ଦରଗଡ ଜିଲ୍ଲାରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ।

0 637

ସୁନ୍ଦରଗଡ/ବଣାଇ : ୧୯/୪ (ସତ୍ୟାନ୍ୟୁଜ) ସମ୍ବଲପୁର ହିଂସା ଘଟଣାକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ସୁନ୍ଦରଗଡ ଟାଉନ ଏବଂ ଆଖପାଖ ଅଞ୍ଚଳଇ ଦୋକାନ ବଜାର ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ଖୋଲା ଥିଲା। ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ମାନେ ପିକେଟିଂ କରି ସେଗୁଡିକୁ ବନ୍ଦ କରି ଦେଇଛନ୍ତି। ସ୍କୁଲ କଲେଜ ଗୁଡ଼ିକ ଗତକାଲି ଠାରୁ ହିଟ ୱେଭ ପାଇଁ ଛୁଟି ଘୋଷଣା କରି ଦିଆଯାଇଛି । ସୁନ୍ଦରଗଡ଼ ସହରକୁ ତିନୋଟି ପ୍ରବେଶ ପଥରେ ବଜରଙ୍ଗ ଦଳ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ୧୦ ନମ୍ବର ରାଜ୍ୟ ରାଜପଥ ରେ ଯାନବାହାନ ଚଳାଚଳ ବାଧାପ୍ରପ୍ତ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।
ସେହି ପରି ବଣାଇରେ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ର ପ୍ରଭାବ ଦେଖିବାକୁ ମିଳିଛି। ବଣାଇ ଟାଉନରେ ଦୋକାନ ବଜ଼ାର ବନ୍ଦ ରହିଥିବା ବେଳେ ବଜରଙ୍ଗ ଦଳ କର୍ମୀ ମାନେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାଜପଥରେ ଯାନ ବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବଣାଇ ରୁ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି। ଆଇନ ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.