ଜସିପୁର : ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରୁ ୨୬ ଲକ୍ଷ ଟଙ୍କା ଲୁଟ୍ ମାମଲାର ପର୍ଦ୍ଦାଫାସ।। ଅନ୍ତର୍ରାଜ୍ୟ ଡକାୟତ ଦଳର ୨ ସଦସ୍ୟ ଗିରଫ।

0 414

ରାଇରଙ୍ଗପୁର : ୧୮/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରୁ ଲୁଟ୍ ହୋଇଥିବା ୨୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୫ଜଣ ଫେରାର ଅଛନ୍ତି। ଗତ ମାର୍ଚ୍ଚ ମାସ ୧୬ ତାରିଖ ରାତିରେ ଯଶିପୁର ଥାନା ଧବାଡିହା ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିମ ରୁ ୨୬ ଲକ୍ଷ ୮୧ ହଜାର ଟଙ୍କା ଲୁଟ୍ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏହା ଏକ ଆନ୍ତରାଜ୍ୟ ଡକାୟତ ଦଳର କାମ ବୋଲି ଜାଣି ପାରିଥିଲେ। ଏହି ଲୁଟ୍ ରେ ୭ ଜଣ ସାମିଲ ଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବା ରେ ସଫଳ ହେଇଛି ଯଶିପୁର ପୋଲିସ । ବିହାରର ପାଟଣା ରୁ ସଲୁ ଆଲାମ ନାମକ ଜଣେ ବ୍ୟକ୍ତି କୁ ଗିରଫ କରି କୋର୍ଟ ଚାଲାଣ ହେଇଥିବା ବେଳେ ହରିୟାଣାରୁ ଆସଲାମ ମଲ୍ଲିକ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ନିକଟରୁ ଲୁଟ୍ ରେ ବ୍ୟବହୃତ ଯନ୍ତ୍ରପାତି , ନଗଦ ଟଙ୍କା , ମୋବାଇଲ ଫୋନ ଆଦି ପୋଲିସ ଜବତ କରିଛନ୍ତି। ଏହି ଲୁଟେରା ମାନେ ରାଜସ୍ଥାନ ,ହରିଆନା, ଉତ୍ତର ପ୍ରଦେଶ, ବିହାର, ଓଡ଼ିଶା ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଛି। ଅନ୍ୟ ଅପରାଧୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କରଞ୍ଜିଆ ଏସ୍ ଡି ପି ଓ କହିଛନ୍ତି।

Leave A Reply

Your email address will not be published.