ରାଉରକେଲା : ରାମନବମୀ ପର୍ଵ ସୁରୁଖୁରୁରେ ସମ୍ପନ୍ନ ହୋଇଥିବାରୁଏସ୍ ପି ରାଉରକେଲା ବାସୀଙ୍କୁ ଧନ୍ୟବାଦ ଦେଲେ।। ଇଦ୍ ପର୍ବ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ନିବେଦନ
ରାଉରକେଲା : ୧୬/୪ (ସତ୍ୟାନ୍ୟୁଜ) ରାଉରକେଲାରେ ରାମନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ପାଳିତ ହୋଇ ଯାଇଥିବା ବେଳେ ଆଗକୁ ଆସୁଛି ଇଦ୍ ପର୍ଵ। ରାମନବମୀ ପର୍ବ ଶାନ୍ତି ଶୃଙ୍ଖଳା ସହ ପାଳନ ଲାଗି ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ ଏକ ବୈଠକ ପୂର୍ବରୁ ଡାକିଥିଲେ। ଏହି ବୈଠକରେ ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ , ବିଭିନ୍ନ ଅଖଡା କମିଟିର ସଦସ୍ୟ ତଥା ଶାନ୍ତି କମିଟିର ସଦସ୍ୟ ମାନେ ଯୋଗ ଦେଇଥିଲେ। ସମସ୍ତଙ୍କ ପ୍ରତିଶ୍ରୁତି ଅନୁଯାୟୀ ଶାନ୍ତି ଶୃଙ୍ଖଳା ସହ ରାମନବମୀ ପର୍ଵ ପାଳନ ହୋଇଯାଇଛି। ଏଥିଲାଗି ରାଉରକେଲା ଏସ୍ ପି ଆଜି ଅୟୋଜିତ ଏକ ସଭାରେ ବିଭିନ୍ନ ଆଖାଡା କମିଟି ସଦସ୍ୟ , ଇଣ୍ଟିଗ୍ରେସନ ଫୋରମ ସଦସ୍ୟ ଏବଂ ସର୍ବୋପରି ରାଉରକେଲା ବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଉପସ୍ଥିତ ଲୋକମାନେ ମଧ୍ୟ ଶୋଭାଯାତ୍ରାରେ ପୋଲିସର ସକାରାତ୍ମକ ଭୂମିକା ଏବଂ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଆଗକୁ ଇଦ୍ ପର୍ବ ଆସୁଥିବାରୁ ରାମନବମୀ ପରି ଏହା ଶାନ୍ତି ଶୃଙ୍ଖଳା ସହ ପାଳିତ ହେବ ନେଇ
ଏସ୍ ପି ମୁକେଶ କୁମାର ଭାମୁ ଆଶା ପ୍ରକାଶ କରିଛନ୍ତି ।