ବିରମିତ୍ରପୁର : ରାଞ୍ଚି ରୋଡ଼ ଦେଇ ଭାରି ଯାନ ଚଳାଚଳକୁ ବିରୋଧ କରି ଗଣ ଧାରଣା।। ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ଧାରଣା।

0 574

ବିରମିତ୍ରପୁର : ୧୫/୪ (ସତ୍ୟାନ୍ୟୁଜ) ରାଞ୍ଚି ରୋଡ଼ରେ ଭାରି ଯାନ ଚଳାଚଳକୁ ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ମାନେ। ଶନିବାର ଦିନ ବିରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ସଲଙ୍ଗା ବାହାଲ ଗ୍ରାମବାସୀ ମାନେ ଧାରଣାରେ ବସିଥିଲେ। ସୁନ୍ଦରଗଡ଼ ପଟୁ କୁତ୍ରା ନିକଟ ରାଞ୍ଚି ରୋଡ଼ ଦେଇ ଭାରି ଯାନ ଚଳାଚଳକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକମାନେ। ନିୟମ ଅନୁସାରେ ସୁନ୍ଦରଗଡ ପଟୁ ଝାରଖଣ୍ଡ ଯାଉଥିବା ଗାଡି ଗୁଡିକ ରାଜପଥରେ ଯିବା କଥା। ମାତ୍ର କମ ରାସ୍ତା ପଡ଼ୁଥିବାରୁ ଗ୍ରାମ୍ୟ ରାସ୍ତା ଦେଇ ଏହି ଗାଡି ଗୁଡିକ ଝାରଖଣ୍ଡକୁ ଯାଉଛି। ଦିନକୁ ପ୍ରାୟ
୩ ହଜାର ଗାଡି ଏହି ରୁଟ୍ ରେ ଯାଉଥିବାରୁ ଗ୍ରାମବାସୀଙ୍କ ଅସୁବିଧା ହେଉଛି। ଗାଡି ଶବ୍ଦରେ ଶୋଇ ପାରୁନଥିବା ଏବଂ ପ୍ରଦୂଷଣ ଯୋଗୁଁ ରୋଷେଇବାସ କରି ପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହି ରାସ୍ତା ଦେଇ ଭାରିଯାନ ଚଳାଚଳ ବନ୍ଦ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଏହି ରାସ୍ତାରେ ଭାରି ଯାନ ଚାଲିବା ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ମାନେ।

Leave A Reply

Your email address will not be published.