ମୟୁରଭଞ୍ଜ : ୧୫/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ସହରର ସ୍ଥାନୀୟ ସାତ ନମ୍ବର ୱାର୍ଡ , ଗଢ ଗ୍ରାମର ଶ୍ରୀ ଶ୍ରୀ ଏୈଶାନେଶ୍ବର ମହାଦେବଙ୍କ ପୀଠରେ ପବିତ୍ର ମହା ବିଷୁବ ସକ୍ରାନ୍ତି ଦିନ ହେଉଥିବା ଉଡାପର୍ବରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖା ଯାଇଥିଲା। ଏହିପର୍ବର ପ୍ରଥମ ଦିବସରେ ଶୁଭ ଘଟ,ଦ୍ବିତୀୟ ଦିନରେ ଯାତ୍ରା,କାମନା ଓ ତୃତୀୟ ଦିନରେ ଡାଳିଭଙ୍ଗା,କାଳୀକା ଘଟ ଉଡାଯାତ୍ରା ଦିବସରେ ବଡି ସକାଳୁ ଗୋରିଆ ଭାର ଘଟ ଆସିଥାଏ।ରାଇରଙ୍ଗପୁର ସହର ମଧ୍ୟଦେଇ ବୋହିଯାଉଥିବା ଖଡଖାଇ ନଦୀରେ ଭକ୍ତ ମାନେ ସ୍ନାନ ପୂର୍ବକ ନବ ବସ୍ତ୍ର ପରିଧାନ କରି ପାରମ୍ପାରିକ ରୀତିନୀତି ଅନୁସାରେ ନଦୀକୂଳରେ ସମବେତ ପୂଜାର୍ଚ୍ଚନା କରି ଥିଲେ। ଦେବ ଦେବ ମହାଦେବ ଧ୍ବନିରେ ନଦୀକୂଳ ପ୍ରକମ୍ପିତ ହୋଇଉଠିଥିିଲା | ଭକ୍ତ ମାନେ କଣ୍ଟକ ଶଯ୍ୟା ଉପରେ ଶୋଇ କଣ୍ଟାପାଟ ବା ମଡାପାଟ ରାଜକୀୟ ପୋଷାକରେ ଶବାରୀରେ ଖଣ୍ଡା ଉପରେ ଛିଡା ହୋଇ ନଦୀ ପାଖରୁ ଭକ୍ତଙ୍କ ଗହଳରେ ମନ୍ଦିରରେ ପ୍ରବେଶ କରିଥିଲେ। ଆସ୍ଥା ଓ ବିଶ୍ବାସର ପର୍ବ ଉଡାରେ ରଜନୀ ଫୋଡା ମାଧ୍ୟମରେ ବାହୁରେ କଣାକରି ଦୁବଘାସର ଦଉଡି ଦେଇ
ବାଦ୍ୟର ତାଳେ ତାଳେ ନୃତ୍ୟକରି ମନ୍ଦିର ଭିତରକୁ ପ୍ରବେଶକରିଥିଲେ । ଭକ୍ତାମାନେ ଉଡାଖୁଣ୍ଟରେ ନିଜର ମାନସିକ ଚିରତାର୍ଥ ପାଇଁ ଉଡିଥାନ୍ତି ଏବଂ ବେକରେ ପିନ୍ଧିଥିବା କନିଅରମାଳକୁ ଭକ୍ତମାନଙ୍କ ଉପରକୁ ଫୋପାଡିିଥିଲେ | ସ୍ବେଛାସେବୀ ସଂଗଠନ,ବ୍ରାହ୍ମଣ ସମାଜ,ଏବିଭିପି,ସତ୍ୟସାଇ ସଂଗଠନ ପ୍ରମୁଖ ବୁଟ,ସରବତ,ପାଣି ବଣ୍ଟନ କରିଥିଲେ। ଏଥିରେ ଉଡାକମିଟୀର ସଭାପତି କାଳୀଚରଣ ସାହୁ,ଉପସଭାପତି ଅଜୟ ମହାନ୍ତି,ସଂପାଦକ ଅଭିଜିତ ମହାନ୍ତି,ଉପସଂପାଦକ ସଂଜୟ ମହାନ୍ତି,ନିହାର ବେହେରା ଓ କୋଷାଧକ୍ଷ ଦୀପକ ଡଗରା ପ୍ରମୁଖ ସାହାଯ୍ୟ ଓ ସହଯୋଗ କରିଥିଲେ। ରାଇରଙ୍ଗପୁର ଉପଖଣ୍ଡ ପୁଲିସ ପ୍ରଶାସନ ମୁତୟନ ରହି ଶାନ୍ତିଶୃଙ୍ଖଳା ରକ୍ଷାକରିଥିଲେ।