ରାଉରକେଲା : ବଣାଇ ଉପଖଣ୍ଡରେ ଦୁଇଟି ଦୁର୍ଘଟଣାରେ ଦୁଇ ଗୁରୁତର।। ଅଧିକ ଚିକିତ୍ସା ଲାଗି ରାଉରକେଲା ଅଣା ଗଲା।

0 558

ବଣାଇ : ୧୫/୪ (ସତ୍ୟାନ୍ୟୁଜ) ବଣାଇ ଉପଖଣ୍ଡରେ ଶନିବାର ଦିନ ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି। ବାରକୋଟ ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମରେ ନିଜ ବାଡ଼ି ରେ କାମ କରୁଥିବା ବେଳେ ବୋରିଂ ମେସିନ ରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ବୃଦ୍ଧ ଗୁରୁତର ହୋଇ ପଡିଥିଲେ। ପ୍ରଥମେ ତାଙ୍କୁ ବଣାଇ ହସପିଟାଲ ଅଣା ଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଏକ ଘଟଣାରେ ଲହୁଣୀପଡା ଥାନାର ତାରିଣୀ ମନ୍ଦିର ନିକଟରେ ୧୪୩ ନମ୍ବର ଜାତୀୟ
ରାଜପଥରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ପ୍ରଥମେ ତାଙ୍କୁ ବଣାଇ ହସପିଟାଲ ଆଣିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠା ଯାଇଛି।

Leave A Reply

Your email address will not be published.