ରାଉରକେଲା : ଦିଲ୍ଲୀରୁ ବ୍ୟବସାୟୀଙ୍କ ଠାରୁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଚୋରି ମାମଲାର ଆରୋପୀ ରାଉରକେଲାରୁ ଗିରଫ।

0 913

ରାଉରକେଲା : ୧୪/୪ (ସତ୍ୟାନ୍ୟୁଜ) ଦିଲ୍ଲୀର ଜଣେ ସ୍ବର୍ଣ୍ଣ ବ୍ୟବସାୟୀଙ୍କ ଠାରୁ ୬ କୋଟି ୭୫ ଲକ୍ଷ ଟଙ୍କା ଚୋରି ମାମଲାରେ ପୋଲିସ ରାଉରକେଲାର ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଯୁବକ ହେଲା ବିଶାଳ ମଣ୍ଡଳ ଏବଂ ସେ ମାଲ ଗୋଦାମ ଅଞ୍ଚଳର। ଗତ ୫ ତାରିଖରେ ଝାରଖଣ୍ଡର ଗୁମଲା ପୋଲିସ ଏକ ବସରୁ ୫ଟି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଥିଲେ। ଏ ବାବଦରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ତଦନ୍ତ ବେଳେ ଏହି ଚୋରି ର ମାଷ୍ଟର ମାଇଣ୍ଡ ରାଉରକେଲାର ବିଶାଳ ବୋଲି ଜଣା ପଡିଥିଲା। କୌଣସି ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଗୁମଲା ପୋଲିସ ରାଉରକେଲାରୁ ବିଶାଳ ମଣ୍ଡଳକୁ ଗିରଫ କରିଥିବା ଜଣା ପଡ଼ିଛି।

Leave A Reply

Your email address will not be published.