ବଣାଇ : ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାରେ ଶ୍ୱଶୁର ଜୋଇଁ ଗିରଫ।। ମୃତ ହାତୀଟି ଗର୍ଭବତୀ ଥିଲା।

0 427

ରାଉରକେଲା : ୧୪/୪ (ସତ୍ୟାନ୍ୟୁଜ) ବଣାଇ ଫରେଷ୍ଟ ଡିଭିଜନର ଜରଡ଼ା ରେଞ୍ଜରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ବରଣ କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ଶ୍ୱଶୁର ଏବଂ ଜୋଇଁ ହୋଇଥିବା ଜଣା ପଡିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟରେ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି। ମୃତ ହାତୀଟି ଗର୍ଭବତୀ ଥିବାର ରିପୋର୍ଟରେ ଦର୍ଶା ଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ ଲଗାତାର ହାତୀ ମୃତ୍ୟୁ ଘଟଣାରେ ସାଧାରଣ ଲୋକ ମାନେ ଚିନ୍ତା ପ୍ରକଟ କରିଛନ୍ତି। ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି ଲୋକମାନେ। ଅନ୍ୟ ପକ୍ଷରେ ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ଘଟଣାକୁ ବନ ବିଭାଗ ଗୁରୁତ୍ବର ସହ ନେଇ ଏହା କିପରି ବନ୍ଦ କରାଯିବ ସେ ବାବଦରେ ଯୋଜନା କରୁଛି।

Leave A Reply

Your email address will not be published.