ରାଉରକେଲା : ଦେଶର ସମ୍ବିଧାନ ପ୍ରଣେତା ଡକ୍ଟର ବି ଆର ଆମ୍ବେଦକରଙ୍କ ୧୩୨ତମ ଜୟନ୍ତୀ ପାଳିତ।। ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ।

0 355

ରାଉରକେଲା : ୧୪/୪ (ସତ୍ୟାନ୍ୟୁଜ) ଦେଶର ପ୍ରଥମ ଆଇନ ମନ୍ତ୍ରୀ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜି ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ ରାଉରକେଲାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଡକ୍ଟର ବି ଆର ଆମ୍ବେଦକର ସୃତି କମିଟି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳେ ଉଦିତନଗର ରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଲ୍ୟର୍ପଣ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଭିନ୍ନରାଜନୈତିକ ଦଳ ଏବଂ ଶ୍ରମିକ ସଙ୍ଗଠନ ପକ୍ଷରୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟର୍ପଣ କରାଯାଇଥିଲା। ଅୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜରେ ଥିବା ଭେଦଭାବ ଏବଂ ନିଷ୍ପେସିତ ବର୍ଗଙ୍କ ସପକ୍ଷରେ ଆମ୍ବେଦକର ଆରମ୍ଭ କରିଥିବା ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି। ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.