ସମ୍ବଲପୁର : ଆସନ୍ତାକାଲି କଡା ସୁରକ୍ଷା ମଧ୍ୟରେ ହନୁମାନ ଜୟନ୍ତୀ ପାଳନ ହେବ।। ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ।। ୧୪୪ ଧାରା ବଳବତ୍ତର।

0 623

ସମ୍ବଲପୁର : ୧୩/୪ (ସତ୍ୟାନ୍ୟୁଜ) ହନୁମାନ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଶୋଭାଯାତ୍ରା ବେଳେ ସମ୍ୱଲପୁରରେ ଘଟିଥିବା ହିଂସା ପରେ ଶୂନଶାନ୍‌ ରହିଛି ପୂରା ସହର। ଏକପ୍ରକାର ଜନଶୂନ୍ୟ ହୋଇପଡ଼ିଛି ଜିଲ୍ଲା ସ୍କୁଲ ଛକ। ହିଂସାକାଣ୍ଡ ସ୍ଥଳ ମୋତିଝରଣଠୁ ଗେଙ୍ଗୁଟିପାଲି ସାଧାରଣ ଚଳାଚଳ ପ୍ରଭାବିତ ହୋଇଛି । କୌଣସି ଆଇନଶୃଙ୍ଖଳା ସ୍ଥିତି ଯେପରି ନଉପୁଜେ, ସେଥିପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଗୁରୁବାର ଦିନ ଦୁଇ ଦୁଇ ଥର ଏଭଳି ଫ୍ଲାଗମାର୍ଚ୍ଚ ହୋଇଛି। ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛନ୍ତି ଜିଲ୍ଲାପାଳ ଅନନ୍ୟା ଦାସ, ଏସ୍‌ପି ବି.ଗଙ୍ଗାଧର ଓ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ। ତା’ସହ ମୋତିଝରଣ ଅଞ୍ଚଳରେ କଡ଼ା ନଜର ରଖିଛି ପୁଲିସ।

ବୁଧବାର ଘଟିଥିବା ହିଂସା ପରଠାରୁ ବିଭିନ୍ନ ଛକ ଜାଗାରେ ୧୪୪ ଧାରା ବଳବତ୍ତର ରହିଛି। ସେହିପରି ସୋଶାଲ୍‌ ମିଡିଆରେ ଉସୁକାଇବା ଭଳି ମେସେଜ ରୋକିବାକୁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି।

Leave A Reply

Your email address will not be published.