ସୁନ୍ଦରଗଡ : ୧୩/୪ (ସତ୍ୟାନ୍ୟୁଜ) ମୁଖା ପିନ୍ଧା ଦୃବୃତ୍ତଙ୍କ ଗୁଳିମାଡ ରେ ଜଣେ ଛେଳି ବେପାରୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଦୃବୃତ୍ତ ମାନେ ମୃତ ଛେଳି ବେପାରୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଗୁରୁବାର ଭୋରୁ ଘଟିଛି ଏହି ଘଟଣା।
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଛଟେନପାଲି ସୁରୁଗୁଡା ମଝିରେ ତାରିଣୀ ମନ୍ଦିର ନିକଟ ରେ ଏହି ଗୁଳିକାଣ୍ଡ ଘଟିଛି। ଆଜି ଭୋର୍ ୫ ଟା ପାଖାପାଖି ଏକ ବାଇକ ରେ ଭଷ୍ମା ଥାନା ଶରଧାପାଲି ଅଞ୍ଚଳ ର ୩ ଜଣ ବ୍ୟକ୍ତି ଛତିଶଗଡ ସୀମାନ୍ତ ହାଣ୍ଡିପାନି ଛେଳି ବଜାର କୁ ଟଙ୍କା ନେଇ ଯାଉଥିଲେ। ସେତିକି ବେଳେ ଆଉ ଏକ ବାଇକ ରେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପ୍ରଥମେ ବନ୍ଧୁକ ଦେଖାଇ ବାଇକ ଅଟକିବା ପାଇଁ କହିଥିଲେ। କିନ୍ତୁ ଛେଳି ବେପାରୀ ମାନେ ନ ଅଟିକିବା ଯୋଗୁଁ ବାଇକ କୁ ଲାତ ମାରି ପକାଇ ଦେଇଥିଲେ ଦୃବୃତ୍ତ ମାନେ। ଫଳରେ ତିନି ଜଣ ଛେଳି ବେପାରୀ ତଳକୁ ପଡ଼ି ଯାଇଥିଲେ । ସେ ମଧ୍ୟରୁ ଜଣେ ଟଙ୍କା ବ୍ୟାଗ ଧରି ଦୌଡିବା ପାଇଁ ଚେଷ୍ଟା କଲା ବେଳକୁ ତାଙ୍କ ଉପରକୁ ଗୁଳି ମାଡ କରିଥିଲେ ଦୁର୍ବୃତ୍ତ। ପରେ ଟଙ୍କା ବ୍ୟାଗ ଲୁଟି ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇ ଥିଲେ । ସୂଚନା ପାଇ ପୋଲିସ ଛେଳି ବେପାରୀଙ୍କୁ ଉଦ୍ଧାର କରି ମେଡିକାଲ ଆଣିବା ବାଟରେ ଜଣଙ୍କ ର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ପ୍ରଭାତ ନାୟକ ବୋଲି ଜଣାପଡିଛି। ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଦୃବୃତ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ ଜାରି ରଖିଛି।