ରାଉରକେଲା : ଟ୍ରକ-ବାଇକ ମୁହାଁମୁହିଁ ଧକ୍କା।। ଜଣେ ମୃତ , ଜଣେ ଗୁରୁତର।। ରାଜାମୁଣ୍ଡା ଛକ ନିକଟରେ ଦୁର୍ଘଟଣା।

0 1,332

ରାଉରକେଲା : ୧୨/୪ (ସତ୍ୟାନ୍ୟୁଜ) ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଉରକେଲା ପଠା ଯାଇଥିବା ଜଣାପଡିଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକ ନିକଟରେ। ବୁଧବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇଜଣ ଜାତୀୟ ରାଜପଥରେ ବାଇକ ରେ ଯାଉଥିବା ବେଳେ ଉଭୟଙ୍କୁ ଏକ ଟ୍ରକ ସାମ୍ନା ରୁ ପିଟି ଦେଇଥିଲା। ଘଟଣାସ୍ଥଳରେ ପଛରେ ବସିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ମୃତକ ଏବଂ ଆହତ ବ୍ୟକ୍ତି ବିରିକେରା ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.