ସୁନ୍ଦରଗଡ଼ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ଦିନରେ ଦୁଇଟି ହାତୀର ମୃତ୍ୟୁ।। ହାତୀ ସୁରକ୍ଷା ନେଇ ନିଆ ଯାଉଥିବା ପଦକ୍ଷେପ ସନ୍ଦେହ ଘେରରେ।

0 414

ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଠାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଫରେଷ୍ଟ ଡିଭିଜନ ର ଜରଡ଼ା ରେଞ୍ଜର ଲଛଡା ନିକଟ ବର୍ତ୍ତୀ ଉଲୁସୁରା ସରାଂକ୍ଷିତ ଜଙ୍ଗଲରେ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ସୂଚନା ମିଳିବା ପରେ ବଣାଇ ଡିଏଫଓ , ଏସିଏଫ , ବନ ବିଭାଗ କର୍ମଚାରୀ, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିବା
ଡି ଏଫ୍ ଓ ସୂଚନା ଦେଇଛନ୍ତି।

ଆଜି ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ମହଦା ଗାଁ ନିକଟରେ ବାରହା ଶିକାର ପାଇଁ ବସା ଯାଇଥିବା ବିଦ୍ୟୁତ ଚାର୍ଜିତ ଫାଶରେ ପଡ଼ି ଗୋଟିଏ ଦନ୍ତାର ଜୀବନ ଯାଇଥିବା ଜଣାପଡ଼ିଥିଲା। ଗୋଟିଏ ଦିନରେ ଦୁଇଟି ହାତୀଙ୍କ ମୃତ୍ୟୁ ହେବା ଉଦ୍‌ବେଗର କାରଣ ହୋଇଛି। ହାତୀ ସୁରକ୍ଷା ନେଇ ବନ ବିଭାଗର ନିଆ ଯାଉଥିବା ପଦକ୍ଷେପ ସନ୍ଦେହ ସୃଷ୍ଟି କରୁଛି। ସୂଚନାଯୋଗ୍ୟଯେ ଗତ କାଲି ସୁନ୍ଦରଗଡ଼ ଜିଲ୍ଲା କୋଇଡା ଫରେଷ୍ଟ ରେଞ୍ଜ ରେ ଏକ ଛୁଆ ହାତୀର ମୃତ ଦେହ ଉଦ୍ଧାର କରାଯାଇଥିଲା ।

Leave A Reply

Your email address will not be published.