ବଣେଇ : ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଠିକା ଶ୍ରମିକଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା।। ମୃତ୍ୟୁର କାରଣ ଅସ୍ପଷ୍ଟ।
ବଣେଇ : ୧୧/୪ (ସତ୍ୟାନ୍ୟୁଜ) ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବଣେଇ କାନ୍ତଯୋଡି ନିକଟରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସେ ସିଂହଭୂମ ଅଞ୍ଚଳର ବୋଲି ଜଣା ପଡ଼ିଛି। ମୃତ୍ୟୁର କାରଣ ବିଦ୍ୟୁତ କରେଣ୍ଟ କିମ୍ବା ଅଂଶୁଘାତ ଜନିତ ତାହା ଜଣାପଡି ନାହିଁ। ମୃତକ ଶ୍ରମିକ ଅନ୍ୟ କର୍ମଚରୀଙ୍କ ସହ ବିଦ୍ୟୁତ ଖୁଣ୍ଟରେ ଚଢି ବଣାଇର କାନ୍ତଯୋଡି ନିକଟରେ କାମ କରୁଥିଲେ। କିଛି ସମୟ ପରେ ସେ ଖୁଣ୍ଟ ଉପରେ ନିଶ୍ଚଳ ହୋଇ ଯାଇଥିଲେ। ସାଥି କର୍ମଚାରୀ ଅଗ୍ନିଶମ ବାହିନୀ ସହାୟତାରେ ତାଙ୍କୁ ତଳକୁ ଆଣିଥିଲେ। ସେତେବେଳେ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଘଟଣା ସ୍ଥଳକୁ ଠିକାଦାର ଆସିବାକୁ ଲୋକମାନେ ଦାବି କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି।