ରାଉରକେଲା : କଂଗ୍ରେସ ପ୍ରତିନିଧି ମଣ୍ଡଳ ଆର ଏମ୍ ସି ଡେପୁଟି କମିଶନରଙ୍କୁ ଭେଟିଲେ।। ବିଭିନ୍ନ ସମସ୍ୟା ନେଇ ଆଲୋଚନା।

0 369

ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଦିନ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳ ରାଉରକେଲା ମହାନଗର ନିଗମର ଡେପୁଟି କମିଶନରଙ୍କୁ ଭେଟିଛନ୍ତି। ମଧୁବାବୁ ପେନସନ ଯୋଜନାରେ ଥିବା ହିଧିକାରୀଙ୍କୁ ଠିକ ଭାବେ ପେନସନ ମିଳିବା , ବସ୍ତି ଅଞ୍ଚଳରେ ଜାଗା ମିଶନ କାର୍ଯ୍ୟକ୍ରମରେ ପାରଦର୍ଶିତା ଆଣିବା ଉପରେ ଆଲୋଚନା ହୋଇଥିଲା। ଏହାଛଡା ଏସ୍ ଟି ଆଇ ଛକରେ ହେଉଥିବା ଭେଣ୍ଡିଙ୍ଗ ଜୋନ ରେ ପ୍ରକୃତ ହିତାଧିକାରୀଙ୍କୁ ଘର ଦେବା ଦାବି ହୋଇଥିଲା। ରାଉରକେଲା ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଦେବବ୍ରତ ବିହାରୀ , ପୂର୍ବତନ ଅଧ୍ୟକ୍ଷ ବିରେନ ସେନାପତିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳ ଡେପୁଟି କମିଶନର ସୁଧାଂଶୁ ଶେଖର ଭୋଇଙ୍କୁ ଭେଟି ଦାବିପତ୍ର ଦେଇଥିଲେ।

Leave A Reply

Your email address will not be published.