ରାଉରକେଲା : ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ।। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମାନଙ୍କରେ ପାନୀୟ ଜଳ ଏବଂ ଓଆରଏସ୍ ର ବ୍ୟବସ୍ଥା।

0 350

ରାଉରକେଲା : ୧୧/୪ (ସତ୍ୟାନ୍ୟୁଜ) ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଖରାକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ରାଉରକେଲା ସମେତ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଆଜିଠାରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି। ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମାନଙ୍କରେ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ୍ ର ବ୍ୟବସ୍ଥା କରାଯାଇଛି।
ଅବଶ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସ୍କୁଲଗୁଡ଼ିକର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
କିଛି ଦିନ ହେବ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ କାଳବୈଶାଖୀ ହେବା ଯୋଗୁ ତାପମାତ୍ର ହ୍ରାସ ପାଇଥିଲା। କିନ୍ତୁ ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରକାର ସ୍ଥିତି ଆହୁରି ୩/୪ ଦିନ ରହିବା ଆକଳନ କରାଯାଉଛି। ଅସହ୍ୟ ଗରମ ସାଙ୍ଗକୁ ଗୁଳିଗୁଳି ହେବା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି।

ସୋମବାର ଦିନ ଝାରସୁଗୁଡାର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଏହା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଏହାଛଡା ବାରିପଦାରେ ୪୦ ଡିଗ୍ରୀ, ଭୁବନେଶ୍ୱର ୩୯.୭ ଡିଗ୍ରୀ, ଚାନ୍ଦବାଲିରେ ୩୯.୭ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ସମ୍ୱଲପୁରରେ ୩୯.୭ ଡିଗ୍ରୀ, ବୌଦ୍ଧରେ ୩୯.୫ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ଟିଟିଲାଗଡ଼ରେ ୩୯ ଡିଗ୍ରୀ. ସୋନପୁରରେ ୩୯.୨ ଡିଗ୍ରୀ, କଟକରେ ୩୯.୧ ଡିଗ୍ରୀ, ସୁନ୍ଦରଗଡ଼ରେ ୩୯ ଡିଗ୍ରୀ, ରାଉରକେଲାରେ ୩୯ ଡିଗ୍ରୀ , ଜଗତସିଂହପୁରରେ ୩୯ ଡିଗ୍ରୀ ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.