ରାଇରଙ୍ଗପୁର : ଜିଲ୍ଲା ଗଠନ ଦାବିରେ ସୋମବାର ୧୨ ଘଣ୍ଟିଆ ରାଇରଙ୍ଗପୁର ବନ୍ଦ।। ବନ୍ଦ ଡାକରା ଦେଲା ଜିଲ୍ଲା କ୍ରିୟାନୁଷ୍ଠାନ କମିଟି।

0 316

ରାଇରଙ୍ଗପୁର : ୯/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଜିଲ୍ଲା ଗଠନ ଦାବିରେ ଆସନ୍ତାକାଲି ୧୨ଘଣ୍ଟିଆ ରାଇରଙ୍ଗପୁର ବନ୍ଦ ଡାକରା ଦିଆଯାଇଛି। ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀ ଆନୁକୂଲ୍ୟରେ ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ହୋଇଯାଇଛି। ୧୦ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଇରଙ୍ଗପୁର ବନ୍ଦ ରହିବା ନିଷ୍ପତ୍ତି ବୈଠକରେ ନିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ଟ୍ରେନ୍ ଚଳାଚଳ ବନ୍ଦ ରହିବା ସହ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ବ୍ଲକ୍ ଏଥିରେ କିପରି ସାମିଲ ହୋଇପାରିବେ ସେ ବାବଦରେ ଆଲୋଚନା ହୋଇଥିଲା। ଏହି ବୈଠକର ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ରସାନନ୍ଦ ଲେଙ୍କା,ମନୋରଂଜନ ମହାନ୍ତି,ବରିଷ୍ଟ ନେତା ଇସାନ ମିଶ୍ର,କାଳୀପ୍ରସନ୍ନ ମହାନ୍ତି,ଅକ୍ଷୟ ମହାନ୍ତି,କିଶୋର ରଜକ,ତନୁଜା ମହାନ୍ତ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବିଜୟ ରାମ,ସୌମିକ ବଳ,ମନୁ ଚୌଧୂରୀ,ଦୀପ୍ତିମାନ ବଳ,ଖୁଦୀରାମ ମହାନ୍ତି ,ଓଲ ଓଡିଶା ଡ୍ରାଇଭର ସଂଘର ସଦସ୍ୟବୃନ୍ଦ ତଥା ବହୁ ବୃଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଦଳ ଉପସ୍ଥିତ ଥିଲେ। ବନ୍ଦ ଡାକରାକୁ ସଫଳ କରିବା ଲାଗି ଏକ ବାଇକ ରାଲି ସହର ପରିକ୍ରମା କରିଥିଲା।

Leave A Reply

Your email address will not be published.