ରାଉରକେଲା : ୯/୪ (ସତ୍ୟାନ୍ୟୁଜ) ପବିତ୍ର ରମଜାନ ମାସ ଏବଂ ଇଦ ପର୍ଵ ଶାନ୍ତି ଶୃଙ୍ଖଳା ସହ ପାଳିତ ହେବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ଲାଣ୍ଟସାଇଟ ଥାନାରେ ରବିବାର ଦିନ ଅୟୋଜିତ ଏହି ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ମାନେ ଆଲୋଚନା କରିଥିଲେ। ରାମନବମୀ ଯେପରି ସୁରୁଖୁରୁରେ ସମ୍ପନ୍ନ ହେଲା ସେହିପରି ରମଜାନ ଏବଂ ଇଦ ପର୍ବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବାକୁ ବୈଠକରେ ନିର୍ଣ୍ଣୟ ହେଲା। ଏହି ବୈଠକରେ ପ୍ଲାଣ୍ଟସାଇଟ ଥାନା ଇନିସ୍ପେକ୍ଟର ସନ୍ତୋଷ କୁମାର ଜେନା , ଉଦିତନଗର ଥାନା ଇନିସ୍ପେକ୍ଟର ରବୀନ୍ଦ୍ରନାଥ ପାତ୍ର ଉପସ୍ଥିତ ଥିଲେ। ଇଣ୍ଟିଗ୍ରେସନଫୋରମ ପକ୍ଷରୁ ମହମ୍ମଦ ସାହାବୁଦ୍ଦିନ , ମହମ୍ମଦ ସଲାମ , ଜଗଦେବ ସିଂ , ଦେବବ୍ରତ ବିହାରୀ , ବାଦଲ ଶ୍ରୀଚନ୍ଦନ , ସୁନାକର ନାୟକ , ସତ୍ୟାନନ୍ଦ ମହାନ୍ତି ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ ।