ମୟୁରଭଞ୍ଜ : କାରଞ୍ଜିଆରେ ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ବଜ୍ରପାତ।। ୩ ମୃତ , ୫ ଆହତ।

0 431

ମୟୁରଭଞ୍ଜ : ୯/୪ ( ସତ୍ୟାନ୍ୟୁଜ) ମୃତ୍ୟୁ ଏମିତିବି ଆସେ। ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଗଛକୁ ମାରିଲା ବିଜୁଳି। ବଜ୍ରପାତରେ ଗଛ ଜଳି ଗଲା। ପାଖରେ ଥିବା ଏକ ଘର ମଧ୍ୟ ଜଳିଗଲା। ଅନ୍ତିମ ସଂସ୍କାର ପାଇଁ ଆସିଥିବା ୩ ଜଣ ମୃତ୍ୟୁ ବରଣ କଲେ ବଜ୍ରପାତରେ। ୫ଜଣ ଆହତ ହେଲେ। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ। ମୟୁରଭଞ୍ଜ ଜିଲ୍ଲା କରଂଜିଆ ଏନଏସି ଅନ୍ତର୍ଗତ ୧୪ ନମ୍ୱର ୱାର୍ଡ ଅଙ୍କୁରା ଠାରେ ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ୫ ଜଣ ଆହତଙ୍କୁ କରଞ୍ଜିଆ ମେଡିକାଲ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ମୁକ୍ତା ମୁଣ୍ଡା ଙ୍କ ଗତକାଲି ସକାଳେ ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗ୍ରାମରୁ ତାଙ୍କ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ସମୟରେ ଅଚାନକ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହେବା ଯୋଗୁଁ ଗଛମୂଳେ ବସିଥିବା ଲୋକଙ୍କ ମଧ୍ୟରୁ ସୁବାସୀନୀ ଦାସ, ଜୀବତୀ ନାଏକ , ହେମଲତା ହୋ ଙ୍କ ମୃତ୍ୟୁ ହୋଇଯାଇଥିଲା.। ଏହି ବଜ୍ରପାତରେ ଯୁବତୀ ନାଏକ, ମାଳତୀ ନାଏକ, ଭୁବନ ହୋ, ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇଥିଲେ । ମୃତକ ଏବଂ ଆହତମାନଙ୍କୁ ଉପଖଣ୍ଡ
ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ଖବରପାଇ ଅଙ୍କୁରାସ୍ଥିତ ନିଜ ବାସଭବନରେ ଅବସ୍ଥାନ କରୁଥିବା ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବା ସହ ଚିକିତ୍ସାଳୟରେ ନିଜେ ଉପସ୍ଥିତ ରହି ଆହତଙ୍କ ଚିକିତ୍ସା ବାବଦରେ ବୁଝାସୁଝା କରିଥିଲେ ।

Leave A Reply

Your email address will not be published.