ବିରମିତ୍ରପୁର : ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଅଭିଯୋଗ।। ସିଡିଏମଓ ଙ୍କୁ ସ୍ମାରକ ପତ୍ର ପଠାଇଲେ ବିରମିତ୍ରପୁର ବିକାଶ ମଞ୍ଚ।
ବିରମିତ୍ରପୁର : ୮/୪ (ସତ୍ୟାନ୍ୟୁଜ) ବିରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବିରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ଚିନ୍ତା ବ୍ୟକ୍ତ କରା ଯାଇଛି। ହସପିଟାଲ ରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନଥିବା ଅଭିଯୋଗ କରିଛି ମଞ୍ଚ। ଏହାସହ
ଅଲ୍ଟ୍ରା ସାଉଣ୍ଡ , ଏକ୍ସରେ ମେସିନ ଆଦି ନଥିବାରୁ ରୋଗୀ ସେବା ବ୍ୟାହତ ହେଉଛି। ମର୍ଗ ହାଉସ ଏଠାରେ ନଥିବାରୁ ଅସୁବିଧା ସୃଷ୍ଟି ହେଉଛି। ସମସ୍ୟାର ସମାଧାନ ପାଇଁ ଶନିବାର ଦିନ ବିରମିତ୍ରପୁର ପୂର୍ବତନ ବିଧାୟକ ତଥା ବିକାଶ ମଞ୍ଚର ଅଧ୍ୟକ୍ଷ ନିହାର ସୁରିନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ଭେଟିଥିଲେ। ଖୁବଶୀଘ୍ର ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ଲାଗି ସି ଡି ଏମ୍ ଓ ଙ୍କୁ ଏକ ସ୍ମାରକ ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଜରିଆରେ ପଠାଇଥିଲେ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ବିରମିତ୍ରପୁର ବିକାଶ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।