ରାଇରଙ୍ଗପୁର : ପରିବା ମାର୍କେଟର ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଦାବି। ପିଣ୍ଡି ଉପରେ ଛପର , ଶୌଚାଳୟରେ ପାଣିନାହିଁ।

0 315

ରାଇରଙ୍ଗପୁର : ୮/୪ (ସତ୍ୟାନ୍ୟୁଜ) ରାଇରଙ୍ଗପୁର ସହରର ମୁଖ୍ୟ କଚେରୀ ପରିବା ମାର୍କେଟ ରେ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ପରିବା ବିକାଳୀ ମାନଙ୍କର ଦୁଃଖ ଯାଉନାହିଁ। ଏଠାରେ ମ୍ୟୁନିସିପାଲିଟି ପକ୍ଷରୁ ସେମାନଙ୍କ ପାଇଁ ପିଣ୍ଡି କରାଯାଇଛି। ମାତ୍ର ବର୍ଷେ ଅତିକ୍ରାନ୍ତ ହେବାପରେ ମଧ୍ୟ ଉପର ଛାଉଣିଟିଏ ହୋଇ ପାରିନାହିଁ । ଦୋକାନୀ ମାନେ ଖରା,ବର୍ଷା ରେ ଆକାଶ ତଳେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।ପ୍ରଶାସନଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ଲାଭ ମିଳୁନାହିଁ।ଏହି ମାର୍କେଟରେ ଏକ ଶୌଚାଳୟ ମଧ୍ୟ କରାଯାଇଥିଲା। କିନ୍ତୁ ପାଣିର ସୁବିଧା ନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ। ସବୁଠାରୁ ବଡ ସମସ୍ୟା ହେଉଛି ପରିମଳ ବ୍ୟବସ୍ଥାର। ଡ୍ରେନ୍ ଗୁଡିକ ସଠିକଭାବରେ ସଫା ହେଉନାହିଁ। ଅଳିଆ ଆବର୍ଜନା ଏଣେ ତେଣେ ପଡିରହିଛି । ପରିଷ୍କାର କରା ଯାଉନଥିବାରୁ ଦୁର୍ଗନ୍ଧମୟ ସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ତ ସମସ୍ୟାର ସମାଧାନ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି।

Leave A Reply

Your email address will not be published.