ରାଉରକେଲା : ଆଦି ମହୋତ୍ସବ ୨୦୨୩ ୫ ନମ୍ବର ସେକ୍ଟର ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ।। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ।
ରାଉରକେଲା : ୮/୪ (ସତ୍ୟାନ୍ୟୁଜ) ରାଉରକେଲା ୫ ନମ୍ବର ସେକ୍ଟର ପ୍ରଦର୍ଶନୀ ପଡ଼ିଆରେ ଉଦଘାଟିତ ହୋଇ ଯାଇଛି ଆଦି ମହୋତ୍ସବ। ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ଶୁକ୍ରବାର ସନ୍ଧ୍ୟାରେ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ , ବିରମିତ୍ରପୁର ବିଧାୟକ ଶଙ୍କର ଓରାମ , ରାଉରକେଲା ଇସ୍ପାତ କାରଖାନା ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ପ୍ରମୁଖ ଯୋଗ ଦେଇଥିଲେ। ଟ୍ରାଇଫେଡ ଏବଂ ରାଉରକେଲା ଇସ୍ପାତ କାରଖାନାର ମିଳିତ ଅନୁକୂଲ୍ୟରେ ଅୟୋଜିତ ଏହି ମହୋତ୍ସବ ଆସନ୍ତା ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଠାରେ ସମୁଦାୟ ୭୦ ଟି ଷ୍ଟଲ ଖୋଲା ଯାଇଥିବାବେଳେ ୫ଟି ଖାଦ୍ୟପେୟ ସାମଗ୍ରୀର ଷ୍ଟଲ ରହିଛି। ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ଏହି ମହୋତ୍ସବରେ ବିଶେଷ ଭାବେ ଉତ୍ସାହିତ କରାଯାଉଛି। ଏହା ଛଡା ଆଦିବାସୀ ସଂସ୍କୃତିର ସାମଗ୍ରୀ , ହସ୍ତତନ୍ତ ସାମଗ୍ରୀ ଆଦି ବିଶେଷ ଭାବେ ସ୍ଥାନ ପାଇଛି। ଦିନ ୧୦ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ଏହି ଷ୍ଟଲ ଗୁଡିକ ଖୋଲା ରହିବ। ରାଉରକେଲାରେ ଅୟୋଜିତ ଏହି ଆଦି ମହୋତ୍ସବ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଟ୍ୱିଟ କରିଛନ୍ତି।