ରାଉରକେଲା : ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ।। ଲାୟନ୍ସ କ୍ଲବ ରାଉରକେଲା , ପାନପୋଷ ପକ୍ଷରୁ ଆୟୋଜିତ।

0 306

ରାଉରକେଲା : ୭/୪ (ସତ୍ୟାନ୍ୟୁଜ) ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଲାୟନ୍ସ କ୍ଲବ୍ ,ରାଉରକେଲା , ପାନପୋଷ ପକ୍ଷରୁ ଏକ ରକ୍ତଦାନ ଶିବିରର ଅୟୋଜନ କରାଯାଇଥିଲା। ଲାୟନ୍ସ କ୍ଲବର ଅଧ୍ଯକ୍ଷ ବରୁଣ ସୋମାନୀଙ୍କ ତତ୍ତ୍ୱାବଧାନରେ ରକ୍ତଦାନ ଶିବିର ବିରଜାପାଲ୍ଲୀର ମାହେଶ୍ବରୀ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ସିଆଇଏସ୍ଏଫ୍ କମାଣ୍ଡେଣ୍ଟ ଅଶୋକ ଜଗବାନୀ ଏବଂ ଲାୟନ୍ସ କ୍ଲବ ଭାଇସ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ନର ପ୍ରବୀଣ ଅଗ୍ରଓ୍ବାଲ ଅତିଥି ଭାବରେ ଉପସ୍ଥିତ ଥିଲେ। ଲାୟନ୍ସ କ୍ଲବର ମମତା ଗୌତମ, ପାରୁଲ୍ ଖୈତାନ, ସୁନ୍ଦରଗଡ଼ ଜିଲ୍ଲା ମାହେଶ୍ବରୀ ସଭାର ଅଧ୍ଯକ୍ଷ ଅନୀଲ ସୋମାନୀ, ମାରଓ୍ବାଡୀ ମହିଳା ସମିତି ର ଅଧ୍ଯକ୍ଷା ରେଶମା ହାଲଓ୍ବାଇ, ତେରିପନ୍ଥୀ ମହିଳା ସମିତିର ଅଧ୍ଯକ୍ଷା ସରୋଜ ଗୋଲଛା ପ୍ରମୂଖ ଯୋଗଦେଇ ଏହି କାର୍ଯ୍ଯକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ। ରକ୍ତ ଦାନ ସର୍ବଶ୍ରେଷ୍ଠ ଦାନ ବୋଲି ଅଧ୍ଯକ୍ଷ ବରୁଣ ସୋମାନୀ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.