ମୟୁରଭଞ୍ଜ : ୨ ମାସ ପାଇଁ ୧୪୪ ଧାରା ଲାଗୁ କଲା ପ୍ରଶାସନ।। ଚଢେଇଭୋଳ କୁମ୍ଭାରସାହି ଗୋଷ୍ଠୀ ସଂଘର୍ଷ ଉତ୍ତେଜନାକୁ ନେଇ ୧୪୪ ଧାରା ଲାଗୁ।

0 484

ମୟୁରଭଞ୍ଜ : ୭/୪(ସତ୍ୟାନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଉଭୋଳ କୁମ୍ଭାରସାହି ଗୋଷ୍ଠୀ ସଂଘର୍ଷକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ୨ ମାସ ପାଇଁ ୧୪୪ ଧାରା ଜାରି କରିଛି ପ୍ରଶାସନ। ରାମ ନବମୀରେ କୁମ୍ଭାରସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାର କୌଣସି ସମାଧାନର ରାସ୍ତା ବାହାରି ନଥିବାରୁ ୧୪୪ ଧାରା ଲାଗୁ କରାଯାଇଛି। ବିବାଦର ସମାଧାନ ପାଇଁ
ମୟୁରଭଞ୍ଜ ଏସ ପି , କରଞ୍ଜିଆ ଥାନା ଅଧିକାରୀ , କରଞ୍ଜିଆ ଏସ ଡି ପି ଓ , ଚଢେଇଭୋଳ ଫାଣ୍ଡି ଅଧିକାରୀଙ୍କ ସହିତ ଉଭୟ ଗୋଷ୍ଠୀ ଏବଂ ଜନ ସାଧାରଣଙ୍କ ଆଲୋଚନା ହୋଇଥିଲା। ମାତ୍ର ଏହି ଘଟଣାର କୌଣସି ପ୍ରକାର ସମାଧାନ ହୋଇ ପାରିନଥିଲା । ଅଶାନ୍ତ ପରିସ୍ଥିତିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିବା ସହ ୧୪୪ ଧାରା ଲାଗୁ କରାଯାଇଛି ।

Leave A Reply

Your email address will not be published.