ସୁନ୍ଦରଗଡ : ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତିଙ୍କ ଆତ୍ମହତ୍ୟା।। କାରଣ ଖୋଜୁଛି ପୋଲିସ।

0 609

ସୁନ୍ଦରଗଡ଼ : ୫/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି ଧିରଜ ପ୍ରସାଦ ଆତ୍ମହତ୍ୟାର କାରଣ ଏବେବି ଜଣାପଡିନାହିଁ। ‘ସରି ଅଲ୍ ଅଫ୍ ୟୁ’ ହ୍ୱାଟସଆପ୍‌ ଷ୍ଟାଟସରେ ଲେଖି ଝୁଲି ପଡ଼ିଥିଲେ ଧିରଜ। ବୁଧବାର ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଧୀରଜଙ୍କ ଘର ଟାଉନ ଥାନା ରାଜବାଟି ଅଞ୍ଚଳରେ।

ଗତକାଲି ଧୀରଜ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ଦଳୀୟ କର୍ମୀଙ୍କ ସହ କଥା ମଧ୍ୟ ହୋଇଥିଲେ। ହେଲେ ରାତି ପ୍ରାୟ୧୨ ଟା ସମୟରେ ଧୀରଜ ନିଜ ହ୍ୱାଟସଆପ୍‌ ଷ୍ଟାଟସରେ ‘ସରି ଅଲ୍ ଅଫ୍ ୟୁ’ ଲେଖି ଛାଡ଼ିଥିଲେ। ପରେ ସେ ନିଜ ରୁମ୍‌ରେ ଥିବା ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପରିବାର ଲୋକେ ଧୀରଜଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ।
ଧିରଜ୍ କଣ ପାଇଁ ଆତ୍ମହତ୍ୟା କଲେ , ଏହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। ପରିବାର ଲୋକେ ମଧ୍ୟ ଧୀରଜଙ୍କ ଆତ୍ମହତ୍ୟା ନେଇ ମୁହଁ ଖୋଲି ନାହାନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। ଧୀରଜ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରେମ ଜନିତ କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.