ସୁନ୍ଦରଗଡ଼ : ଯୌନ ପିପାସୁ ଶିକ୍ଷକଙ୍କୁ ମୋଟ ନବେ ବର୍ଷର ସଜା।। ଦଣ୍ଡବିଧାନ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍।

0 513

ସୁନ୍ଦରଗଡ଼ : ୫/୪ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସତନ୍ତ୍ର ପୋକ୍ସୋ କୋର୍ଟ ଜଣେ ଅଭିଯୁକ୍ତ କୁ ମୋଟ ନବେ ବର୍ଷର ସଜା ଶୁଣାଇଛନ୍ତି । ତେବେ ସର୍ବୋଚ୍ଚ ୧୦ ବର୍ଷ ର ସଶ୍ରମ ଜେଲ ଦଣ୍ଡ ସହ ୪୭ ହଜାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜୋରିମାନା ଅନାଦେୟ ଆହୁରି ୬ ମାସର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଯେଉଁ ଅପରାଧରେ ଉକ୍ତ ଶିକ୍ଷକ ଦଣ୍ଡ ପାଇଛନ୍ତି ତାହା ୨୦୧୫ ମସିହାର। ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଥାନା ରାଇଡିହି ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ବିଦ୍ୟାଳୟର ଅନେକ ଛାତ୍ରୀଙ୍କ ସହ ଅସଦାଚରଣ ଏବଂ ଯୌନ ନିର୍ଯାତନା ମାମଲାରେ ଏହି ସଜା ଶୁଣାଇଛନ୍ତି କୋର୍ଟ। ଏହା ସହିତ ପୀଡ଼ିତା ୧୧ ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Leave A Reply

Your email address will not be published.