ରାଇରଙ୍ଗପୁର : ରାଇରଙ୍ଗପୁର ଜିଲ୍ଲା ଦାବିରେ ଏପ୍ରିଲ ୧୦ ରେ ବାମନଘାଟି ଉପଖଣ୍ଡ ବନ୍ଦ ଡାକରା।। ଜିଲ୍ଲା ଦାବିରେ ସର୍ବଦଳୀୟ ବୈଠକ।

0 375

ରାଇରଙ୍ଗପୁର : ୫/୪ /୨୩(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା)
ବାମନଘାଟୀ ଉପଖଣ୍ଡକୁ ସ୍ବତନ୍ତ୍ର ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି ଜୋର ଧରିଛି। ରାଇରଙ୍ଗପୁରକୁ ଜିଲ୍ଲା ଦାବିରେ ଆନ୍ଦୋଳନ କରିବା ନେଇ ମଙ୍ଗଳବାର ଦିନ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଏପ୍ରିଲ ୧୦ ତାରିଖ ଦିନ ବାମନଘାଟୀ ଉପଖଣ୍ଡକୁ ଵାରଘଣ୍ଟିଆ ବନ୍ଦ ରଖିବା ପାଇଁ ନିଆଯାଇଥିବା ପୂର୍ବ ନିଷ୍ପତ୍ତିକୁ ପାଳନ ପାଇଁ ଆହ୍ବାନ ଦିଆଯାଇଥିଲା । ଏଥିପାଇଁ ସବୁ ବ୍ଲକରେ ବ୍ଳକ ଅଧ୍ୟକ୍ଷ, ସ୍ଥାନୀୟ ସର୍ବଦଳୀୟ ନେତୃବୃନ୍ଦକୁ ସାମିଲ ଜରି ବନ୍ଦକୁ କିଭଳି ସଫଳ କରାଯିବ ସେ ବାବଦରେ ଆଲୋଚନା ହୋଇଥିଲା। ସବୁ ବ୍ଲକରେ ବୈଠକ, ପଥପ୍ରାନ୍ତ ସଭା, ବାନର , ପୋଷ୍ଟର , ଆଦି ମରାଯାଇ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା,ଵର୍ଷିଆନ ସମାଜସେବୀ ମନୋରଞ୍ଜନ ମହାନ୍ତି, ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ବିଜେପି ରାଜ୍ୟ ସଂପାଦକ ନବୀନ ରାମ ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ସଂଜୀବ ମହାନ୍ତି,ଗ୍ରାମୀଣ ଶକ୍ତି ବିଭାଗ ଉପଦେଷ୍ଟା ଦିପ୍ତୀମାନ ବଳ, ତିରିଂ ଵ୍ଳକ ଅଧ୍ୟକ୍ଷ ପରମେଶ୍ଵର ସାମାଦ, ଜଲେନ ବାର୍ଦ୍ଦା,ଡ଼୍ରାଇଭର ସଂଘ ସଭାପତି ପିଣ୍ଟୁ ସର୍ଦାର, ଗୋରୁମହିଷାଣୀ ଶ୍ରମିକ ନେତା ଲକ୍ଷ୍ମଣ ଟୁଡୁ,ଲାଲବାବୁ ସାହୁ,ଅଧ୍ୟାପକ ବିଜୟ ରାମ,ରୋଟାରୀଆନ ଅରବିନ୍ଦ ବାଗାଡିଆ,ରାଜା ବରାଳ,ଦୀପୁ ବଳ ପ୍ରମୂଖ ଯୋଗ ଦେଇଥିଲେ। ଶେଷରେ ସମାଜସେବୀ କାଳୀପ୍ରସନ୍ନ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.