ବିରମିତ୍ରପୁର: କାଳବୈଶାଖୀ ରେ ଗଛ ପଡି ଆହତ ଯୁବତୀଙ୍କ ମୃତ୍ୟୁ।। ମୃତଦେହ ରଖି କ୍ଷତିପୂରଣ ଦାବି।

0 37

କାଳବୈଶାଖୀରେ ଆହତ ଯୁବତୀଙ୍କବମୃତ୍ୟୁ। ମୃତ ଦେହ ରଖି କ୍ଷତିପୂରଣ ଦାବି।
ବିରମିତ୍ରପୁର: ୩୦/୭
(ସତ୍ୟାନ୍ୟୁଜ)
ମେ’ ୨୮ ତାରିଖରେ
ବିରମିତ୍ରପୁର ହୋଇଥିବା କାଳବୈଶାଖୀ ଝଡ଼ ରେ ଜଣେ ଯୁବତୀଙ୍କ ଜୀବନ ଚିକିତ୍ସିତ ଅବସ୍ଥାରେ ଚାଲି ଯାଇଛି।
ବିରମିତ୍ରପୁର ଥାନା ଅନ୍ତର୍ଗତ ମହୁଲି ଦଫେଇ ଅଞ୍ଚଳରେ ଏକ ବିରାଟ ତେନ୍ତୁଳି ଗଛ ଘର ଉପରେ ଭୁଶୁଡ଼ି ପଡ଼ିବାରୁ ଘର ଭିତରେ ଥିବା ୨୧ ବର୍ଷୀୟା ପୁଷ୍ପା କେରକେଟା ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ବିରମିତ୍ରପୁର ସରକାରୀ ଡାକ୍ତରଖାନା ଏବଂ ପରେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ମାତ୍ର ଦୀର୍ଘ ଦୁଇ ମାସ ଧରି ଚିକିତ୍ସାଧୀନ ରହିବା ପରେ ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସହରର ପେଟ୍ରୋଲ ପମ୍ପ ରେ ଥିବା ଏକ ତେନ୍ତୁଳି ଗଛ ଘର ଉପରେ ପଡ଼ି ଯାଇଥିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ପରିବାର ଲୋକେ ପେଟ୍ରୋଲ ପମ୍ପ ରେ ମୃତଦେହ ରଖି ବସି ରହିଛନ୍ତି।

Leave A Reply

Your email address will not be published.